କଟକ: ଅବକାରୀ ବିଭାଗ ଟାର୍ଗେଟରେ ପଞ୍ଚାୟତ ନିର୍ବାଚନ । ନିର୍ବାଚନ ସମୟରେ ନିଶା କାରବାର ରୋକିବାକୁ ବ୍ୟାପକ ପ୍ରସ୍ତୁତି କରିଛି ରାଜ୍ୟ ଅବକାରୀ ବିଭାଗ। ଏହି କ୍ରମରେ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଭିଯାନରେ ବିପୁଳ ପରିମାଣରେ ନିଶା ଦ୍ରବ୍ୟ ଜବତ କରିଛି ଅବକାରୀ ବିଭାଗ । ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଅବକାରୀ ବିଭାଗ ଡେପୁଟି କମିଶନର ରାମଚନ୍ଦ୍ର ପାଲଟା।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସ୍ୱତନ୍ତ୍ର ଅଭିଯାନରେ 3143ଟି କେସ ରୁଜୁ ହୋଇଥିବାବେଳେ 2597 ଜଣ ଗିରଫ ହୋଇଛନ୍ତି । ସେହିପରି 90 ହଜର 688 ଲିଟର ଦେଶୀ ମଦ , 8ଲକ୍ଷ 18 ହଜାର150 ଲିଟର ପୋଚ , 4 ହଜାର 9 ସହ51 କିଲୋ ଗଞ୍ଜେଇ, 1061 ଗ୍ରାମ ବ୍ରାଉନ ସୁଗାର ଓ 958 କିଲୋ ଭାଙ୍ଗ ଭଳି ବହୁ ମାଦକ ଦ୍ରବ୍ୟ ଜବତ କରିଛି ଅବକାରୀ ବିଭାଗ । ଯାହାର ଆନୁମାନିକ ମୂଲ୍ୟ 10 କୋଟି ଟଙ୍କା ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଡେପୁଟି କମିଶନର ।