କଟକ: ଆଉ ଦିନ କେଇଟାର ଅପେକ୍ଷା । ମଣ୍ଡପରେ ବିରାଜିବେ ବିଘ୍ନ ବିନାଶକ । କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷ ହେଲା ଭକ୍ତଙ୍କ ଗହଣକୁ ଆସି ପାରିନଥିଲେ ଗଜାନନ । ଏଥିପାଇଁ ଏଥର ପ୍ରତି ପୂଜା ମଣ୍ଡପରେ ଧୂମଧାମ୍ରେ ପୂଜା କରିବାକୁ ଜୋରଦାର ପ୍ରସ୍ତୁତି ଦେଖିବାକୁ ମିଳିଛି । ଏହାର ଏକ ଝଲକ କଟକ ତୁଳସୀପୁରରେ ବି ଦେଖିବାକୁ ମିଳିଛି(Ganesh Puja preparation in Tulashipur) । ତେବେ ଏଠାକାର ପ୍ରସ୍ତୁତି ଟିକିଏ ନିଆରା । କାରଣ ଚଳିତ ଥର ଏଠାରେ କିଛି ଦିବ୍ୟାଙ୍ଗ ଯୁବକ ମୂର୍ତ୍ତି ତିଆରି କରି ପୂଜା କରିବାକୁ ଯୋଜନା କରିଛନ୍ତି ।
ତୁଳଶୀପୁରରେ ୧୫ ଫୁଟର ମୂର୍ତ୍ତି
ତୁଳଶୀପୁରରେ ଲୋୟର ପୋଲିସ କଲୋନୀରେ ୩୫ ବର୍ଷା ହେଲା ପୂଜା ହୋଇ ଆସୁଛି । ୨୫ ବର୍ଷ ହେଲା ଏଠାରେ ଥିବା କଟକ ମୁକ ବଧିର ସଂଘ(speciallly abled youngman group in Cuttack) ପକ୍ଷରୁ ପୂଜା ହୋଇ ଆସୁଛି । ଏଥର ଦିବ୍ୟାଙ୍ଗ ଯୁବକ ଏଠାରେ ଏକ ୧୫ ଫୁଟର ଗଣେଶ ମୂର୍ତ୍ତି ତିଆରି କରିଛନ୍ତି(15 feet Ganesh Idol in Cuttack Tulashipur) । ଏଥିପାଇଁ ସେମାନେ କୌଣସି ସ୍ଥାନରୁ ତାଲିମ ନେଇ ନାହାନ୍ତି । କେତେକ ଫଟୋ ବା ଛବି ଅବିକଳ ଗଣେଶ ମୂର୍ତ୍ତି ତିଆରି କରିବାକୁ ମନ ବଳାଇଛନ୍ତି । ଏହି ଶିକ୍ଷିତ ଦିବ୍ୟାଙ୍ଗ ଯୁବକ ଆଖପାଖ ପୂଜା ମଣ୍ଡପରେ ମୂର୍ତ୍ତି ତିଆରି ହେଉଥିବା ଦେଖି ମୂର୍ତ୍ତି ତିଆରି ଆରମ୍ଭ କରିଛନ୍ତି ।
ପୂଜାରେ ସାମିଲ ହେବେ ୪୦୦ ଦିବ୍ୟାଙ୍ଗ
କଟକ ମୁକ ବଧିର ସଂଘ ପକ୍ଷରୁ ପୂଜା ଆୟୋଜନ ହୋଇ ଆସୁଥିବାରୁ ଏଥିରେ ପ୍ରାୟ ୪୦୦ରୁ ୪୫୦ ଦିବ୍ୟାଙ୍ଗ ଯୋଗ ଦେଇଥାଆନ୍ତି । ମୂର୍ତ୍ତି ତିଆରି ପାଇଁ ମନସ୍ତ କରିବା ପରେ କଟକ ମୁକ ବଧିର ସଂଘ ସଭାପତିଙ୍କୁ ଜଣାଇଥିଲେ ଯୁବଗୋଷ୍ଠୀ । ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ହୋଇଥିବା ଦିବ୍ୟାଙ୍ଗ ଯୁବକଯୁବତୀମାନେ ନିଜ ଭିତରେ ଚାନ୍ଦା ଆଦାୟ କରି କରନ୍ତି ପୂଜା । ଏହାପରେ ମୂର୍ତ୍ତି ତିଆରି ପାଇଁ ସାଇକେଲ୍ରେ ଚୌଦ୍ବାରକୁ ଯାଇ ପଟୁ ମାଟି ଆଣି ଆସିଥିଲେ । ସେହିଭଳି ସ୍ଥାନୀୟ ହରିଣ ପାର୍କ ନିକଟରୁ ନଡ଼ା କିଣି ଆଣିଥିଲେ ।
ସାଧୁବାଦ ଜଣାଇଛନ୍ତି ସ୍ଥାନୀୟ ଲୋକ