ଓଡିଶା

odisha

ETV Bharat / city

ବଡଓଷାରେ ବାବା ଧବଳେଶ୍ବରଙ୍କ ବଡସିଂହାର ବେଶ, ଭକ୍ତଙ୍କ ସମାଗମ - କଟକ ଖବର

12 ମାସ ମଧ୍ୟରେ କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ । କାର୍ତ୍ତିକ ମାସକୁ ଯପ ତପ ଧ୍ୟାନରେ କାଟିଲେ ମିଳିଥାଏ କୋଟି ପୁଣ୍ୟ । ଏହି ମାସରେ ପଞ୍ଚୁକ ବ୍ରତ ରଖିଥାଏ ବିଶେଷ ମହତ୍ତ୍ବ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ

By

Published : Nov 10, 2019, 5:43 PM IST

Updated : Nov 10, 2019, 7:51 PM IST

କଟକ: ବାର ମାସରେ ତେର ପର୍ବ । ଆଉ ସେହି 12 ମାସ ମଧ୍ୟରେ କାର୍ତ୍ତିକ ମାସ ହେଉଛି ଧର୍ମର ମାସ । ଯାହାକୁ ପବିତ୍ର ମାସ ମଧ୍ୟ କୁହାଯାଇଥାଏ । ଏହି ମାସରେ ପଞ୍ଚୁକ ବ୍ରତ ରଖିଥାଏ ବିଶେଷ ମହତ୍ବ । କାରଣ ଏହି ପାଞ୍ଚ ଦିନରେ ଭକ୍ତ ଓ ଶ୍ରଦ୍ଧାଳୁ ପ୍ରଭୁଙ୍କ ଦର୍ଶନ କରି ଅପାର ସାନ୍ନିଧ୍ୟ ଲାଭ କରିଥାଏ । ତେବେ ଏହି ପରିପ୍ରେକ୍ଷୀରେ ଆଜି ବାବା ଧବଳେଶ୍ଵରଙ୍କ ପୀଠରେ ଶତାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ବାବାଙ୍କର ଟିକିଏ ଦର୍ଶନ ପାଇବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଛୁଟିଥିଲା ଭକ୍ତଙ୍କ ସୁଅ । ସେପଟେ ଆଜି ଧବଳେଶ୍ବର ପୀଠରେ ଲାଗି ହୋଇଛି ଗଜ ଭୋଗ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

ଆଜି ହେଉଛି ପବିତ୍ର କାର୍ତ୍ତିକ ମାସ ପଞ୍ଚୁକର ତୃତୀୟ ଦିନ । ଯାହା ବଡ଼ ଓଷା ନାମରେ ନାମିତ । ଏହି ବଡ଼ ଓଷା ପରିପ୍ରେକ୍ଷୀରେ ବଡ଼ସିଂହାର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ବାବା ଧବଳେଶ୍ବର । ଏହି ଅପୂର୍ବ ଦୃଶ୍ୟ ପାଇଁ ମନ୍ଦିର ପରିସର ଲାଗିଥିଲା ଶହ ଶହ ଭକ୍ତଙ୍କ ଭିଡ଼ । ଭକ୍ତଙ୍କ କହିବାନୁସାରେ ଆଜିର ଏହି ଅପୂର୍ବ ବେଶ କୁ ଯିଏ ବି ଦର୍ଶନ କରେ ତାହାର ଶହେ ଜନ୍ମର ପାପ ଖଣ୍ଡନ ହୋଇଥାଏ ।

ମଧ୍ୟ ରାତ୍ରିରୁ ବାବାଙ୍କ ସମସ୍ତ ରୀତିନୀତିରେ ପୂଜା ଆରମ୍ଭ ହୋଇଥିଲା । ଧିରେ ଧିରେ ଧବଳେଶ୍ବର ପୀଠରେ ଜମିଥିଲା ଶ୍ରଦ୍ଧାଳୁଙ୍କ ଭିଡ । ସେପଟେ ଆଜି ପ୍ରଭୁଙ୍କ ନିକଟରେ ଲାଗି ହୋଇଛି ଗଜ ଭୋଗ । ଏହି ଭୋଗର ସ୍ବତନ୍ତ୍ରତା ପାଇଁ ପୀଠରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଅନ୍ୟପଟେ ଭିଡକୁ ଆଖି ଆଗରେ ରଖି ପୋଲିସ ପକ୍ଷରୁ 20 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଭକ୍ତଙ୍କ ଆସିବା ଠୁ ଆରମ୍ଭ କରି ଯିବା ପର୍ଯ୍ୟନ୍ତ ସବୁ ଦିଗରେ ନଜର ରଖିଛି ପୋଲିସ । ଏହାସହିତ ୱାନ ୱେ ଟ୍ରାଫିକର ମଧ୍ୟ ଆୟୋଜନ ହୋଇଛି । ଯଦ୍ବାରା ଭିଡ଼କୁ ଆୟତ୍ତ କରିବାରେ ସଫଳ ହୋଇଛି ପୋଲିସ ।

ତେବେ କୁହାଯାଏ ବାବାଙ୍କୁ ଆଜିର ଦିନରେ ଯିଏ ଦର୍ଶନ କରେ ତାହାର ସମସ୍ତ ମାନସିକ ପୂର୍ଣ୍ଣ ହେବା ସହ ସମସ୍ତ ପାପର ମଧ୍ୟ ଖଣ୍ଡନ ହୋଇଥାଏ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Nov 10, 2019, 7:51 PM IST

ABOUT THE AUTHOR

...view details