ଓଡିଶା

odisha

By

Published : Jun 30, 2022, 8:06 PM IST

ETV Bharat / city

ପବିତ୍ର ରଥଯାତ୍ରା: କଟକରୁ ପୁରୀକୁ ଗଡିବ 175 ବସ୍, ଓଭରଲୋଡିଂକୁ ନା

ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଅବସରରେ କଟକରୁ ପୁରୀକୁ ଗଡିବ 175 ବସ୍ । ଅଧିକ ପଢନ୍ତୁ

ରଥଯାତ୍ରା ପାଇଁ କଟକରୁ ପୁରୀକୁ ଗଡିବ 175 ବସ୍
ରଥଯାତ୍ରା ପାଇଁ କଟକରୁ ପୁରୀକୁ ଗଡିବ 175 ବସ୍

କଟକ: ରାତିପାହିଲେ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା । ଏହି ଅବସରରେ କଟକରୁ ପୁରୀକୁ ଗଡିବ 175ଟି ବସ୍ । ରଥଯାତ୍ରା ପାଇଁ 150ରୁ 175ଟି ବସ୍ ପୁରୀ ଯିବ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ରାଜ୍ୟ ପରିବହନ ବିଭାଗର ନିର୍ଦ୍ଦେଶ ପରେ ପୁରୀ ଅଭିମୁଖେ ବସ୍ ଗଡିଛି । ଯାତ୍ରା କରୁଥିବା ସବୁ ବସଗୁଡିକରେ ସୁରକ୍ଷା ଦୃଷ୍ଟିରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ଫାଷ୍ଟଏଡ଼, ପାଣି ସାଙ୍ଗକୁ ଦିବ୍ୟାଙ୍ଗମାନଙ୍କ ପାଇଁ ହ୍ବିଲଚେୟାରର ବ୍ୟବସ୍ଥା କରାଯାଇଛି ।

ରଥଯାତ୍ରା ପାଇଁ କଟକରୁ ପୁରୀକୁ ଗଡିବ 175 ବସ୍

ଭିଡ଼କୁ ଆଖି ଆଗରେ ରଖି ବସ୍‌ରେ ଓଭରଲୋଡିଂ କରାଯାଉ ନାହିଁ । ସରକାର ଗାଇଡ଼ଲାଇନ ଅନୁସାରେ ଗାଡି ପରିଚାଳନା କରାଯାଉଛି ବୋଲି କଟକ ଘରୋଇ ବସ୍ ମାଲିକ ସଂଘ ସଧାରଣ ସମ୍ପାଦକ କହିଛନ୍ତି ।

ABOUT THE AUTHOR

...view details