କଟକ:ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି ଦ୍ବିତୀୟ ଟି୨୦ ମ୍ୟାଚ୍ । ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଦକ୍ଷିଣ ଆଫ୍ରିକା । ବାରବାଟୀ ମ୍ୟାଚ୍ ପାଇଁ ଭାରତୀୟ ଚୁଡାନ୍ତ ଏକାଦଶ ଅପରିତବର୍ତ୍ତିତ ରହିଛି । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ଚୁଡାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ ହୋଇଛି । ଦକ୍ଷିଣ ଆଫ୍ରିକାର ଓପନର କ୍ବିଣ୍ଟନ ଡି'କକ୍ଙ୍କ ସ୍ଥାନରେ ରିଜା ହେଣ୍ଡ୍ରିକ୍ସଙ୍କୁ ଦଳରେ ସ୍ଥାନ ମିଳିଛି । ପ୍ରଥମ ମ୍ୟାଚ୍ରେ ବିଶାଳ ଟାର୍ଗେଟ ସତ୍ତ୍ବେ ଭାରତକୁ ୭ ୱିକେଟରେ ମାତ୍ ଦେଇଥିଲା ଦକ୍ଷିଣ ଆଫ୍ରିକା । ଗତ ମ୍ୟାଚ୍ରେ କରିଥିବା ସମସ୍ତ ଭୁଲ୍ ସୁଧାରି ଆଜିର ମ୍ୟାଚ୍ରେ ବିଜୟ ହାସଲ କରିବାକୁ ଚେଷ୍ଟା କରିବ ଭାରତ । ସେପଟେ ଦକ୍ଷିଣ ଆଫ୍ରିକା ବିଜୟ ଅଭିଯାନ ଜାରି ରଖିବା ଲକ୍ଷ୍ୟରେ ରହିଛି ।
ଚୁଡାନ୍ତ ଏକାଦଶ: