ଓଡିଶା

odisha

By

Published : Sep 4, 2022, 8:06 AM IST

Updated : Sep 4, 2022, 11:44 AM IST

ETV Bharat / city

ବିଷାକ୍ତ ଖାଦ୍ୟ ଖାଇ ମୃତ୍ୟୁ ଘଟଣା, ପୁଅ ଝିଅ ପରେ ଆଖି ବୁଜିଲେ ମାଆ

ବିଷାକ୍ତ ଖାଦ୍ୟ ଖାଇ ଦୁଇ ଶିଶୁଙ୍କ ମୃତ୍ୟୁ ପରେ ଆଖି ବୁଜିଲେ ମାଆ । ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ବାପା । ଅଧିକ ପଢ଼ନ୍ତୁ

ବିଷାକ୍ତ ଖାଦ୍ୟ ଖାଇ ପୁଅ ଝିଅଙ୍କର ମୃତ୍ୟୁ, ବାପା ମାଆ ଗୁରୁତର
ବିଷାକ୍ତ ଖାଦ୍ୟ ଖାଇ ପୁଅ ଝିଅଙ୍କର ମୃତ୍ୟୁ, ବାପା ମାଆ ଗୁରୁତର

କଟକ: ବଡମ୍ବା ଥାନା ଅନ୍ତର୍ଗତ ଅଭିମାନପୁର ପଞ୍ଚାୟତର ବୀରବରପୁର ଗ୍ରାମରେ ବିଷାକ୍ତ ଖାଦ୍ୟ ଖାଇ ଦୁଇ ଶିଶୁଙ୍କ ମୃତ୍ୟୁ ଘଟଣା । ଦୁଇ ପିଲାଙ୍କ ପରେ ଆଖି ବୁଜିଲେ ମାଆ । ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ମାଆ ରୁନୁବାଳା ପାତ୍ରଙ୍କ ମଧ୍ୟ ମୃତ୍ୟୁ ଘଟିଛି । ପ୍ରଥମେ ପୁଅ ଓ ଝିଅଙ୍କର ମୃତ୍ୟୁ ଘଟିଥିବା ବେଳେ ବାପା ଓ ମାଆ ଗୁରୁତର ଥିଲେ । ଉଭୟ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ହେଲେ ଗତକାଲି ରାତିରେ ଗୋବିନ୍ଦ ପାତ୍ରଙ୍କ ପତ୍ନୀ ରୁନୁବାଳା ପାତ୍ର ପ୍ରାଣ ହରାଇଛନ୍ତି ।

ସୂଚନା ଅନୁଯାୟୀ ବୀରବର ଗ୍ରାମର ଗୋବିନ୍ଦ ପାତ୍ର ଓ ତାଙ୍କ ସ୍ତ୍ରୀ ରୁନୁବାଳା ପାତ୍ରଙ୍କ ସମେତ ତାଙ୍କ ପୁଅ ରୁଦ୍ର ପ୍ରକାଶ ପାତ୍ର (୧୨) ଓ ଝିଅ ରୁଚିକା ପାତ୍ର (୮) ଗତକାଲି (ଶୁକ୍ରବାର) ରାତିରେ ଖାଦ୍ୟ ଖାଇ ଶୋଇଥିଲେ । ତେବେ ଶନିବାର ସକାଳୁ ପ୍ରଥମେ ଝିଅ ଓ ପରେ ପରିବାରର ସମସ୍ତଙ୍କର ବାନ୍ତି ହୋଇଥିଲା । ସଙ୍ଗେ ସଙ୍ଗେ ସେମାନେ ଅଟୋ ଯୋଗେ ପାଖରେ ଥିବା ମାଣିଆବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ । ସେଠାରେ ସେମାନଙ୍କର ଅବସ୍ଥା ଗୁରୁତର ହେବାରୁ କଟକସ୍ଥିତ ସିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

ତେବେ ସେଠାରେ ପ୍ରଥମେ ଝିଅ ରୁଚିକା ଓ ତାପରେ ପୁଅ ରୁଦ୍ର ପ୍ରକାଶଙ୍କର ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ଗୋବିନ୍ଦ ପାତ୍ର (ବାପା) ଓ ରୁନୁ ପାତ୍ର (ମାଆ) ଜଗତପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଶୁକ୍ରବାର ରାତିରେ ଖାଇଥିବା ବିଷାକ୍ତ ଖାଦ୍ୟ କାରଣରୁ ଏପରି ଘଟିଥିବା ସୂଚନା ମିଳିଛି । ତେବେ ଏହି ଖାଦ୍ୟ ବିଷାକ୍ତ କିପରି ହୋଇଥିଲା ଓ କେଉଁଠାରୁ ଆସିଥିଲା ସେନେଇ ତଦନ୍ତ କରାଯାଉଛି । ତଦନ୍ତ ପରେ ଘଟଣା ବିଷୟରେ ସମ୍ପୂର୍ଣ୍ଣ ଜଣାପଡିବ ।

ଇଟିଭି ଭାରତ, କଟକ

Last Updated : Sep 4, 2022, 11:44 AM IST

ABOUT THE AUTHOR

...view details