କଟକ: ଖୋଲୁଛି ଅଫିସର ପାଠକଙ୍କ ପେଡି । ଅଭୟଙ୍କ ପୁଅ ଆକାଶର ଭୁବନେଶ୍ବର ଏବଂ ପୁଣେରେ ଥିବା ତିନି ବ୍ୟାଙ୍କ ଆକାଉଣ୍ଟରୁ ମୋଟ ୧୪ କୋଟି ୭୭ ଲକ୍ଷ ଟଙ୍କାର କାରବାର ହୋଇଥିବା ଯାଞ୍ଚରୁ ସୂଚନା ମିଳିଛି ।
ମଙ୍ଗଳବାର ବନ ବିଭାଗର ତିନି ଅଧିକାରୀଙ୍କୁ SIT ଜେରା କରିଛି । ଟୁର ଅପରେଟରଙ୍କ ସହିତ ଅଭୟକାନ୍ତଙ୍କ ଡ୍ରାଇଭରକୁ ମଧ୍ୟ ଜେରା କରିଛି SIT। ସେହିପରି ଜବତ ହୋଇଥିବା ସିସିଟିଭି ଫୁଟେଜରୁ ମଧ୍ୟ ଯାଞ୍ଚ ଆରମ୍ଭ ହୋଇଛି ।