ଓଡିଶା

odisha

ETV Bharat / city

ବିଶ୍ବ ଦରବାରରେ ପରିଚିତ ସିଲଭିର ସିଟିର ସୁନା ଝିଅ ମଧୁସ୍ମିତା

କଥାରେ ଅଛି ଅଦମ୍ୟ ଇଚ୍ଛା ଶକ୍ତି ଓ ଦୃଢ ମନୋବଳ ଆଧାରରେ ହାସଲ କରିହୁଏ ଯେକୌଣସି ସଫଳତା । ଏହାର ଏକ ଜ୍ବଳନ୍ତ ଉଦାହରଣ ପାଲଟିଛନ୍ତି କଟକର ସୁନା ଝିଅ । ମନରେ ଅଦମ୍ୟ ଅଭିଳାଷ ଓ ଶିଖିବାର ଇଛା ରଖି ସେ ଏହି ସଫଳତା ହାସଲ କରିପାରିଛନ୍ତି । ଏପରି ଏକ ଅନନ୍ୟ ପ୍ରତିଭା ହେଉଛନ୍ତି କଟକ ବାଦାମବାଡ଼ି ଅଞ୍ଚଳର ମଧୁସ୍ମିତା ସେନାପତି । ଅଧିକ ପଢନ୍ତୁ...

international yoga competition, cuttack latest news, madhusmita senapati of cuttack, odia girl got gold in internatinal competition, madhusmita senapati, ଅନ୍ତର୍ଜାତୀୟ ଯୋଗ ପ୍ରତିଯୋଗିତା, କଟକ ଲାଟେଷ୍ଟ ନ୍ୟୁଜ୍‌, କଟକର ମଧୁସ୍ମିତା ସେନାପତି, ଓଡିଆ ଝିଅଙ୍କୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ, ମଧୁସ୍ମିତା ସେନାପତି
ବିଶ୍ବ ଦରବାରରେ ପରିଚିତ ସିଲଭିରସିଟିର ସୁନା ଝିଅ ମଧୁସ୍ମିତା

By

Published : Aug 13, 2020, 2:51 PM IST

Updated : Aug 13, 2020, 4:13 PM IST

କଟକ: ସିଲଭରସିଟି ପାଇଁ ଗୋଲ୍ଡ଼ ଆଣିଛନ୍ତି ମଧୁସ୍ମିତା ସେନାପତି । ଅନ୍ତଃରାଷ୍ଟ୍ରିୟ ଅନଲାଇନ ଯୋଗ ପ୍ରତିଯୋଗିତାରେ ନିଜର ଯୋଗ ପ୍ରତିଭାରେ ବିଚାରକ ମଣ୍ଡଳୀର ମନକୁ ଖୁସି କରି ଜିତିଛନ୍ତି ସ୍ଵର୍ଣ୍ଣ ପଦକ । 30 ବର୍ଷରୁ କମ ଏହି ପ୍ରତିଯୋଗିତାରେ ସେ ଦେଖାଇଛନ୍ତି ନିଜର ଦମ । ଏଥିରେ 9ଟି ଦେଶରୁ 800 ଖେଳାଳିଙ୍କୁ ଟକ୍କର ଦେଇ ଶେଷରେ ସେ ହାତେଇଛନ୍ତି ଏହି ସଫଳତା । ଏହା କେବଳ କଟକ ନୁହେଁ ବରଂ ସାରା ରାଜ୍ୟ ଓ ଦେଶ ପାଇଁ ଏକ ଗୌରବର ବିଷୟ । ତେବେ ଭାଇଚାରାର ସହରର ଗୌରବକୁ ସାରା ବିଶ୍ବରେ ପୁଣି ଥରେ ଆନ୍ଦୋଳିତ କରିଛନ୍ତି ଏହି ସ୍ଵର୍ଣ୍ମ ପଦକ ବିଜୟିନୀ ମଧୁସ୍ମିତା ।

ବିଶ୍ବ ଦରବାରରେ ପରିଚିତ ସିଲଭିର ସିଟିର ସୁନା ଝିଅ ମଧୁସ୍ମିତା

କଥାରେ ଅଛି ଅଦମ୍ୟ ଇଚ୍ଛା ଶକ୍ତି ଓ ଦୃଢ ମନୋବଳ ଆଧାରରେ ହାସଲ କରିହୁଏ ଯେକୌଣସି ସଫଳତା । ଏହାର ଏକ ଜ୍ବଳନ୍ତ ଉଦାହରଣ ପାଲଟିଛନ୍ତି କଟକର ସୁନା ଝିଅ । ମନରେ ଅଦମ୍ୟ ଅଭିଳାଷ ଓ ଶିଖିବାର ଇଛା ରଖି ସେ ଏହି ସଫଳତା ହାସଲ କରିପାରିଛନ୍ତି । ଏପରି ଏକ ଅନନ୍ୟ ପ୍ରତିଭା ହେଉଛନ୍ତି କଟକ ବାଦାମବାଡ଼ି ଅଞ୍ଚଳର ମଧୁସ୍ମିତା ସେନାପତି । ଯିଏ 5 ଷ୍ଟାର ୱେଲଫେୟାର ଆଣ୍ଡ ସ୍ପୋର୍ଟସ କମିଟି ଦ୍ବାରା ଆୟୋଜିତ ଅନ୍ତଃରାଷ୍ଟ୍ରୀୟ ଯୋଗ ଚମ୍ପିୟାନସିପରେ ଭାଗ ନେଇ ସ୍ଵର୍ଣ ପଦକ ହାସଲ କରିଛନ୍ତି । ଯାହା କଟକ ପାଇଁ ଗର୍ବ ଓ ଗୌରବର କଥା ।

ଏହି ପ୍ରତିଯୋଗିତାରେ 9ଟି ଦେଶରୁ 800 ପ୍ରତିଯୋଗୀ ଭାଗ ନେଇଥିଲେ । ଯେଉଁଥିରେ ଭାରତରୁ ଭାଗ ନେଇଥିଲେ 60ରୁ ଉର୍ଦ୍ଧ୍ବ ଯୋଗ ପ୍ରତିଯୋଗୀ । ହେଲେ ମଧୁସ୍ମିତା ନିଜର ଦମ୍ଭ ଓ ମନୋବଳ ସାଙ୍ଗକୁ ଆକର୍ଷଣୀୟ ଯୋଗ ଶୈଳୀ ଓ ସଠିକ୍‌ ମୁଦ୍ରା ବଳରେ ବିଜୟ ହାସଲ କରିଛନ୍ତି । ମାତ୍ର 24 ବର୍ଷ ବୟସରେ ସେ ଏବେ ବିଶ୍ବ ଦରବାରରେ ପାଇଛନ୍ତି ସ୍ବତନ୍ତ୍ର ସ୍ଥାନ । ଝିଅର ଏହି ଗାରିମାକୁ ପାଖରୁ ଦେଖି ବେଶ ଖୁସି ପରିବାରବର୍ଗ । ଛୁଆଟି ବେଳୁ ଯୋଗ ପ୍ରତି ରୁଚି ରଖୁଥିବା ମଧୁସ୍ମିତା ଜୀବନରେ ଏମିତି ଆଗେଇ ଚାଲନ୍ତୁ ବୋଲି କରିଛନ୍ତି କାମନା ।

କଠିନ ପରିଶ୍ରମ ଓ ଦୃଢ ମନୋବଳ ଆଧାରରେ ହାସଲ କରିହୁଏ ଯେ କୌଣସି ସଫଳତା । ମହାମାରୀ ପରି ଘଡିସନ୍ଧି ମୁହୂର୍ତ୍ତରେ ଏହାକୁ ଅକ୍ଷରେ ଅକ୍ଷରେ ପ୍ରମାଣ କରି ଦେଖାଇଛନ୍ତି ଦକ୍ଷ ମଧୁସ୍ମିତା । ଆଗକୁ ତାଙ୍କର ଏହି ସଫଳତାର ଯାତ୍ରା ଜାରି ରହୁ କେବଳ ଏତିକି ହିଁ କାମନା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Aug 13, 2020, 4:13 PM IST

ABOUT THE AUTHOR

...view details