ଓଡିଶା

odisha

ETV Bharat / city

ଜମି ହଡପ କରିବାକୁ ହୋଇଛି ସାଂଘାତିକ ଷଡଯନ୍ତ୍ର ! - ଆସମାକ୍ସ କମ୍ପାନୀ

ଜମି ହାତେଇବାକୁ ହୋଇଛି ଅନୈତିକ ଷଡଯନ୍ତ୍ର । ଯଦ୍ବାରା ଫେରି ପାରୁନାହାନ୍ତି ନେପାଳରୁ ଯୁବକ ।

ଫଟୋ ସୌଜନ୍ୟ: ସମ୍ବାଦଦାଚା, କଟକ

By

Published : Aug 20, 2019, 5:28 AM IST

କଟକ: ପୁଅକୁ ବନ୍ଧାରଖି ଜମି ହଡପ କରିବାର ଷଡଯନ୍ତ୍ର ହୋଇଥିବାର ଆସିଛି ଅଭିଯୋଗ । ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳରୁ । ଜମି ହଡପର ଅଭିଯୋଗ ଆସିଛି ନିଶ୍ଚିନ୍ତକୋଇଲି ସ୍ଥିତ ଆସମାକ୍ସ କମ୍ପାନୀର ମାଲିକ ଡଃ ଦେବ ମହାନ୍ତିଙ୍କ ବିରୁଦ୍ଧରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାଚା, କଟକ


ଘଟଣା ଅନୁସାରେ ନିଶ୍ଚିନ୍ତକୋଇଲି ଅଞ୍ଚଳର ଅକ୍ଷୟ ବେହେରା ନାମକ ଜଣେ ଯୁବକ ନେପାଳରେ ଥିବା ଆସମାକ୍ସ କମ୍ପାନୀର ଏକ ଶାଖାରେ ଆକାଉଣ୍ଟାଟ ଭାବେ କାମ କରନ୍ତି । କିନ୍ତୁ ଏବେ ଅକ୍ଷୟଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ କିଛିଦିନ ତଳେ ଅକ୍ଷୟ ଘରକୁ ଆସିଥିଲେ । ଛୁଟି ସାରି ଫେରିବାର କିଛିଦିନ ପରେ କମ୍ପାନୀର ନେପାଳ ଶାଖାରୁ ଅକ୍ଷୟଙ୍କ ପରିବାରକୁ ଫୋନ ଆସିଲା, କୁହାଗଲା ତୁମ ପୁଅ କମ୍ପାନୀରୁ 50ଲକ୍ଷ ଟଙ୍କା ଅନିୟମିତତା କରି ନେଇଛନ୍ତି । ତେଣୁ ତୁମେ ଟଙ୍କା ତୁରନ୍ତ ଫେରାଅ । ଏହି ଖବର ଶୁଣି ପରିବାରରେ ଚଡକ ପଡିଲା । ପୁଅ ଅକ୍ଷୟ ସହ କୌଣସି ଯୋଗାଯୋଗ ମଧ୍ୟ ହେଲା ନାହିଁ । ତାର କିଛିଦିନ ପରେ କମ୍ପାନୀର କିଛି କର୍ମଚାରୀ ଅକ୍ଷୟଙ୍କର ନିଶ୍ଚିନ୍ତକୋଇଲି ଘରକୁ ଆସି ଟଙ୍କା ଦେବାକୁ କହିଥିଲେ । ନଚେତ ଚେକ ଦିଅନ୍ତୁ କିମ୍ବା ଜମି ଦିଅନ୍ତୁ ବୋଲି ଦାବି କରିଥିଲେ ।


ଏହାକୁ ନେଇ ଅକ୍ଷୟଙ୍କ ଦାଦା ଓ ମା ପ୍ରେମଲତା ବେହେରା ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ କରିଛନ୍ତି । ଅକ୍ଷୟଙ୍କ ଦାଦାଙ୍କ ଅଭିଯୋଗ ଅନୁସାରେ ଡଃ ଦେବ ମହାନ୍ତିଙ୍କ ମାଲିକାନାରେ ନିଶ୍ଚିନ୍ତକୋଇଲିରେ ଥିବା ଆସମାକ୍ସ କମ୍ପାନୀର ପାର୍ଶ୍ବରେ ଅକ୍ଷୟଙ୍କ ପରିବାରର 20ଗୁଣ୍ଠ ଜମି ଅଛି । ସେହି ଜମିକୁ ହାତେଇବା ପାଇଁ ଦେବ ମହାନ୍ତି ଓ ତାଙ୍କ କମ୍ପାନୀ ଏଭଳି କାର୍ଯ୍ୟ କରିଛି ବୋଲି ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ତାଙ୍କ ପୁଅଙ୍କର ପାସପୋର୍ଟ ଓ ଭିସା ସେମାନେ ଛଡାଇ ରଖିଛନ୍ତି ।


ଏହି ଜମିକୁ ହାତେଇବା ପାଇଁ ଏଭଳି ଷଡଯନ୍ତ୍ର ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି । ତୁରନ୍ତ ଘଟଣାର ତଦନ୍ତ କରି ତାଙ୍କ ପୁଅକୁ ଫେରାଇ ଦେବାପାଇଁ ସେମାନେ ଦାବି ପୋଲିସ କୁ ଅନୁରୋଧ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details