କଟକ: ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କୋଭିଡ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ନିଜ ଜୀବନକୁ ବାଜିରେ ଲଗାଇ ପ୍ରତ୍ୟକ ଦିନ ସାଧାରଣ ଲୋକଙ୍କ ପାଇଁ ସ୍ୱର ଉତ୍ତୋଳନ କରୁଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅକ୍ସିମିଟର ବାଣ୍ଟିଛନ୍ତି ବରିଷ୍ଠ ଆଇନଜୀବୀ ବିଜୟ କୁମାର ଦାଶ ।
କରୋନାର ଦ୍ୱିତୀୟ ଲହରୀରେ ଅନେକ ଗଣମାଧ୍ୟମ ପ୍ରତିନିଧିଙ୍କ ଜୀବନ ଗଲାଣି । ଗଣମାଧ୍ୟମ ପ୍ରତିନିଧି ମାନେ ବିଶେଷ କରି କେତେବେଳେ ସଂକ୍ରମଣର ଶିକାର ହୁଅନ୍ତି, ସେମାନେ ମଧ୍ୟ ଜାଣି ନଥାନ୍ତି । ତେବେ ସଂକ୍ରମଣ ହେଲା ଅକ୍ସିଜେନ କେତେ ରହୁଛି ତାହା ମାପିବା ପାଇଁ ଅକ୍ସିମିଟର ବାଣ୍ଟିଛନ୍ତି ବରିଷ୍ଠ ଆଇନଜୀବୀ ବିଜୟ କୁମାର ଦାଶ ।