ଓଡିଶା

odisha

ETV Bharat / city

ଖପୁରିଆ ଆଇଟିଆଇ ପରିଦର୍ଶନ କଲେ ବିହାରର ବରିଷ୍ଠ ଅଧିକାରୀ - ଶ୍ରମ ଓ ନିଯୁକ୍ତି ବିଭାଗ

କଟକ ଖପୁରିଆ ଆଇଟିଆଇ ପରିଦର୍ଶନ କଲେ ବିହାର ଶ୍ରମ ଓ ନିଯୁକ୍ତି ବିଭାଗର ବରିଷ୍ଠ ଅଧିକାରୀ । ଅଧିକ ପଢନ୍ତୁ...

ଖପୁରିଆ ଆଇଟିଆଇ
ଖପୁରିଆ ଆଇଟିଆଇ

By

Published : Feb 12, 2021, 7:51 AM IST

କଟକ: ଖପୁରିଆ ସ୍ଥିତ ସରକାରୀ ଆଇଟିଆଇ ପରିଦର୍ଶନ କରିଛନ୍ତି ବିହାର ଶ୍ରମ ଓ ନିଯୁକ୍ତି ବିଭାଗର ବରିଷ୍ଠ ଅଧିକାରୀ । ବିହାର ଶ୍ରମ ଓ ନିଯୁକ୍ତି ନିର୍ଦ୍ଦେଶାଳୟ ନିର୍ଦ୍ଦେଶିକା ରଞ୍ଜିତା ଓ 11 ଜଣିଆ ପ୍ରତିନିଧି ଦଳ ଆଇଟିଆଇ ପରିଦର୍ଶନ କରିଛନ୍ତି ।

ଖପୁରିଆ ଆଇଟିଆଇ

ଗସ୍ତ ସମୟରେ ସେ ଆଇଟିଆଇ କଟକରେ ଶିଳ୍ପ ସଂସ୍ଥା ସହ ଜଡିତ ନବନିର୍ମିତ ଲାବ୍ରୋଟୋରୀ ଏବଂ ୱାର୍କସପ୍‌ ପରିଦର୍ଶନ କରିଛନ୍ତି । ପିଲାମାନଙ୍କ ଦ୍ବାରା ନିର୍ମିତ ଆରଏଫ୍ ମଡେଲ୍ ରୋବଟ୍ କାର୍ ଏବଂ ବ୍ଲୁଟୁଥ୍ ଭଏସ୍ ନିୟନ୍ତ୍ରିତ ରୋବଟ୍ ବୁଲି ଦେଖିଥିଲେ ।

ଆରଏଫ୍ ମଡେଲ୍ ରୋବଟ୍ କାର ଏନକୋଡର୍ ଏବଂ ଡିକୋଡର୍ ଫର୍ମ ସାହାଯ୍ୟରେ କାମ କରେ । ଯେକୌଣସି ବ୍ୟକ୍ତି 20 ମିଟର ଦୂରରେ ବସିଥିବା ଏହି ରୋବଟ୍ କାର୍ ଚଳାଇ ପାରିବେ | ବ୍ଲୁ ଟୁଥ ମଡ୍ୟୁଲ୍ ସାହାଯ୍ୟରେ, ଆର୍ଡିନୋ ୟୁନୋ ରୋବଟ୍ କାର୍ ସବୁ ଦିଗକୁ ଯିବା ପାଇଁ ଭଏସ୍ କମାଣ୍ଡ ଫର୍ମ ମୋବାଇଲ୍ ଫୋନ୍ ଦ୍ବାରା କରା ଯାଇ ପାରିବ। ଏହି ଅବସରରେ ଭାରତର ସର୍ବ ପ୍ରଥମ XR Skill lab ଉଦଘାଟନ ହୋଇଥିଲା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details