କଟକ: ବହୁ ଚର୍ଚ୍ଚିତ କଟକ ବାରଙ୍ଗ ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ହୋଇପାରେ ଆଜୀବନ କାରାଦଣ୍ଡ । ଏ ନେଇ ବରିଷ୍ଠ ଆଇନଜୀବୀ ମାନସ ଚାନ୍ଦ ମତପୋଷଣ କରିଛନ୍ତି ।
1999 କଟକ ବାରଙ୍ଗ ଗଣଦୁଷ୍କର୍ମ ମାମଲାରେ ଗିରଫ ବିବନ ମିଶ୍ରଙ୍କୁ ଆଜବୀବନ କାରାଦଣ୍ଡ ହୋଇପାରେ । ବିବନ ଗିରଫ ହେବା ପରେ ଏବେ ବାରଙ୍ଗ ଗଣଦୁଷ୍କର୍ମ କେସରେ ସେହି ପୁରୁଣା ମାମଲାର ବିଚାର ପାଇଁ ତାଙ୍କୁ କୋର୍ଟରେ ହାଜର କରାଯିବ । ଏହି ଘଟଣାର ଚାର୍ଜସିଟ୍ ଦାଖଲ ହୋଇ ସାରିଥିବା ବେଳେ ଏବେ ବିବନଙ୍କ ଟିଆଇ ପ୍ୟାରେଡ୍ ଉପରେ ଏହି ମାମଲା ଭବିଷ୍ୟତ ନିର୍ଭର କରୁଛି ବୋଲି କହିଛନ୍ତି ବରିଷ୍ଠ ଓକିଲ ମାନସ ଚାନ୍ଦ । ଏହା ସହିତ ଯଦି ପୀଡିତା ବିବନକୁ ଚିହ୍ନିବାରେ ଅସମର୍ଥ ହୁଅନ୍ତି ତେବେ ଏହାର ଫାଇଦା ବିବନକୁ ମିଳିବ । କିନ୍ତୁ ଏହି ମାମଲାରେ ବିବନକୁ ସଜା ହେବାର ସମ୍ଭାବନା ଢେର ଅଧିକ ବୋଲି ମଧ୍ୟ ସେ କହିଛନ୍ତି ।