କଟକ: ଆଜି ଅଯୋଧ୍ୟା ମାମଲାର ଆସିବ ଚୂଡାନ୍ତ ରାୟ । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବାଧୀନ ଖଣ୍ଡପୀଠରେ ପ୍ରକାଶ ପାଇବ ରାୟ । ନିଷ୍ପତ୍ତି ଆସିବା ପୂର୍ବରୁ ସମସ୍ତ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି ରଖିବାକୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଭାଇଚାରାର ସହରର କଟକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ଅଯୋଧ୍ୟା ରାୟ: କଟକରେ କଡା ସୁରକ୍ଷା ବ୍ୟବସ୍ଥା, 18 ପ୍ଲାଟୁନ ଫୋର୍ସ ମୁତୟନ - Security tight in Cuttack
ଆଜି ପ୍ରକାଶ ପାଇବ ଅଯୋଧ୍ୟା ମାମଲା ରାୟ । ମାମଲାର ଶୁଣାଣିକୁ ନେଇ ସମସ୍ତ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତେବେ ଭାଇଚାରାର ସହର କଟକରେ ମଧ୍ୟ ସୁରକ୍ଷାକୁ ନଜରରେ ରଖି 18 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
କଟକରେ କଡା ସୁରକ୍ଷା ବ୍ୟବସ୍ଥା
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ
ସହର ମଧ୍ୟରେ 18 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେହିପରି ପାଟ୍ରୋଲିଂ କଡାକଡି କରାଯିବାକୁ ସମସ୍ତ ଥାନା ଅଧିକାରୀଙ୍କୁ କଟକ ଡିସିପି ନିର୍ଦ୍ଦେଶ ଦେଇଛନ୍ତି । ସହରର ପ୍ରତ୍ୟେକ ସମ୍ବେଦନଶୀଳ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଏଥିସହ ଶାନ୍ତିଶୃଙ୍ଖଳା ପାଇଁ ଉଭୟ ସମ୍ପ୍ରଦାୟର ଲୋକଙ୍କୁ ନେଇ ବୈଠକ କରାଯାଇଥିବା କଟକ ଡିସିପି ପ୍ରେସ ରିଲିଜ ମାଧ୍ୟମରେ ସୂଚନା ଦେଇଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ