କଟକ: ଆଜି ହେଉଛି କାର୍ତ୍ତିକ ମାସର ପହିଲି ପଞ୍ଚୁକ । ପବିତ୍ର ବ୍ରତ ପାଳନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ ପବିତ୍ର ଐତିହାସିକ ଶୈବପୀଠ ଧବଳେଶ୍ବର ପୀଠରେ । ହେଲେ ଏଥର ଖାଁ ଖାଁ ପୀଠ । କେବେଳ ପରମ୍ପରା ଅନୁସାରେ ପଞ୍ଚୁକ ପ୍ରଥମ ଦିନରେ ଚନ୍ଦ୍ରମଉଳି ବେଶରେ ଦର୍ଶନ ଦେଇଛନ୍ତି ବାବା ଧବଳେଶ୍ବର ।
ପଞ୍ଚୁକ ପ୍ରଥମଠୁ ନେଇ କାର୍ତ୍ତିକ ମାସ ସାରା ପୀଠରେ ଭକ୍ତଙ୍କ ଭିଡ ଲାଗିଥାଏ । ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇଥାଏ ସାରା ପରିବେଶ। କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ପାଇଁ ପୀଠରେ ଜାରି ହୋଇଛି 144ଧାରା । ଖାଁ ଖାଁ ଦେଖିବାକୁ ମିଳୁଛି ମନ୍ଦିର ପରିବେଶ । ହେଲେ ରୀତିନୀତିରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଭୋର 4ଟାରୁ ପହଡ ଖୋଲାଯାଇ ବାବାଙ୍କୁ 108କଳସ ଜଳରେ ସ୍ନାନ କରାଯାଇ ମଙ୍ଗଳ ଆଳତୀ ପରେ ବିନା ଭକ୍ତରେ ଦର୍ଶନ ଦେଇଛନ୍ତି ବାବା ।