କଟକ: ବନ୍ୟା ଅଞ୍ଚଳ ପରିଦର୍ଶନରେ ଆସି ସ୍ଥିତି ସମୀକ୍ଷା କଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ପ୍ରମୁଖ ଶାସନ ସଚିବ ଦେଓ ରଂଜନ କୁମାର ସିଂ। ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପୁଜିଥିବାରୁ ସ୍ଥିତି ସମୀକ୍ଷା ପାଇଁ ଜିଲ୍ଳା ଦାୟିତ୍ୱରେ ଥିବା ପଞ୍ଚାୟତିରାଜ ଓ ପାନୀୟଜଳ ପ୍ରମୁଖ ସଚିବ ଦେଓ ରଂଜନ କୁମାର ସିଂ ଶନିବାର କଟକ ଗସ୍ତରେ ଆସି ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ସହ ବନ୍ୟା ଅଞ୍ଚଳ ପରିଦର୍ଶନ କରିଛନ୍ତି ।
କଟକ ଜିଲ୍ଲାରେ ବନ୍ୟା ମୁକାବିଲା ପାଇଁ ଆମେ ପ୍ରସ୍ତୁତ: ସଚିବ ଦେଓ ରଞ୍ଜନ କୁମାର ସିଂ କଟକ ଜିଲ୍ଲାରେ ବନ୍ୟା ମୁକାବିଲା ପାଇଁ ଆମେ ପ୍ରସ୍ତୁତ: ସଚିବ ଦେଓ ରଞ୍ଜନ କୁମାର ସିଂ ପ୍ରଶାସନ ଦ୍ୱାରା ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଜିଲ୍ଲାପାଳଙ୍କ ଠୁ ଅବଗତ ହେବା ସହ ସ୍ଥିତି ନିୟନ୍ତ୍ରଣ ଅଛି ବୋଲି ସେ ସୂଚନା ଦେଇଛନ୍ତି । ଲଘୁଚାପ ବର୍ଷା ଯୋଗୁଁ ଜିଲ୍ଲାରେ ବନ୍ୟା ସମସ୍ୟା ଉପୁଜିଛି ଏବଂ ଦେଖାଦେଇଥିବା ସମସ୍ୟାର ସମାଧାନ ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଓ କାର୍ଯ୍ୟପନ୍ଥା ସମ୍ପର୍କରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି ସଚିବ । ଆକଳନ ଅନୁଯାୟୀ ୮ଟି ବ୍ଲକ, ୨୨ଟି ଗ୍ରାମପଂଚାୟତ ଓ ୩୧ ଗ୍ରାମରେ ବନ୍ୟା ପାଣି ମାଡିଯାଇ ଆଂଶିକ କ୍ଷତି ଘଟିଥିବା ବେଳେ ସିଏମସି ଅଂଚଳର ୨ଟି ୱାର୍ଡରେ କିଛି ମାତ୍ରାରେ ଜଳ ପ୍ରବେଶ କରିଥିବାରୁ ନିଷ୍କାସନ ବ୍ୟବସ୍ଥା କରାଯାଉଛି।
କଟକ ଜିଲ୍ଲାରେ ବନ୍ୟା ମୁକାବିଲା ପାଇଁ ଆମେ ପ୍ରସ୍ତୁତ: ସଚିବ ଦେଓ ରଞ୍ଜନ କୁମାର ସିଂ କଟକ ଜିଲ୍ଲାରେ ବନ୍ୟା ମୁକାବିଲା ପାଇଁ ଆମେ ପ୍ରସ୍ତୁତ: ସଚିବ ଦେଓ ରଞ୍ଜନ କୁମାର ସିଂ ଓଡ଼ସିଙ୍ଗା ଓ ନରସିଂହପୁର ଡିମିରିଆ ଠାରେ ରାସ୍ତା ସଂଯୋଗ କରାଯାଇଥିବାବେଳେ ବାଙ୍କୀ ଉପଖଣ୍ଡ ଅଂଚଳରେ କାଇମୁଣ୍ଡି , ଚାରିଘରିଆ, ଶୁଖୁଆଖଳା, କରବରା, ଡମପଡା ଅଂଚଳର ତାଳବସ୍ତ, ବିଲିପଦା, ସାଲେପୁର ଠାରେ ମହାନ୍ତି ସାହି ଆଦି ରାସ୍ତା ଗୁଡିକୁ କଟାଯାଇ ଜଳ ନିଷ୍କାସନ କରାଯାଉଛି । ସାମାନ୍ୟ କିଛି ଲୋକ ପ୍ରଭାବିତ ହୋଇ ନିରାପତା ସ୍ଥାନକୁ ସ୍ଥାନନ୍ତରିତ ମଧ୍ୟ ହୋଇଛନ୍ତି।
ସମଗ୍ର ଜିଲ୍ଲାରେ ଆକଳନ ଅନୁଯାୟୀ ୭୦% ଚାଷ ଜମିରେ ବନ୍ୟାଜଳ ପ୍ରବେଶ କରିଛି। ରାସ୍ତାମାନଙ୍କରେ ବନ୍ୟାଜଳ ମାଡିଯାଇ ଥିବାରୁ ଯାତାୟତ ସୁବିଧା ନିମନ୍ତେ ଶନିବାର ସମୁଦାୟ ୫ଟି ଵୋଟର ବ୍ୟବସ୍ଥା କରାଯାଇଛି । ୬ ଜଣିଆ ଓଡ୍ରାଫ ଟିମ ଏବଂ ୬ ଜଣିଆ ଅଗ୍ନିଶମ ସେବାକୁ ନିୟୋଜିତ କରାଯାଇଥିବା ବେଳେ ଏକ ଡାକ୍ତରୀ ଓ ଭେଟେନାରୀ ଚିକିତ୍ସା ଟିମ କୁ ଏସବୁ ଅଂଚଳ ପାଇଁ ନିୟୋଜିତ କରାଯାଇଛି ବୋଲି ସୂଚନା ଦେଇଛନ୍ତି ସଚିବ। ସମଗ୍ର ଜିଲ୍ଲାରେ ସ୍ଥାନୀୟ ପ୍ରଶାସନ ଦ୍ୱାରା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ମଧ୍ୟ ଖୋଲାଯାଇ ସ୍ଥିତି ଉପରେ ନଜ଼ର ରଖାଯାଇଛି । ବନ୍ୟା ପରିସ୍ଥିତି ସମସ୍ୟା ଜନିତ ମୁକାବିଲା ପାଇଁ ଜିଲ୍ଲାର ବିଭାଗୀୟ ଅଧିକାରୀ ମାନେ ମଧ୍ୟ ସଜାଗ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ