ଓଡିଶା

odisha

ETV Bharat / city

ସ୍କୁଲ ବନ୍ଦ ନକରି ବିକାଶ କଲେ ବଢିବ ପିଲାସଂଖ୍ୟା: ବିଦ୍ୟାଳୟ ସୁରକ୍ଷା କମିଟି - ବିଦ୍ୟାଳୟ ସୁରକ୍ଷା କମିଟି

ଛାତ୍ରଛାତ୍ରୀ ଅଭାବ ଥିବା ସ୍କୁଲକୁ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାକୁ ଘୋର ନିନ୍ଦା କରିଛି ବିଦ୍ୟାଳୟ ସୁରକ୍ଷା କମିଟି । ଅଧିକ ପଢନ୍ତୁ...

ସ୍କୁଲ ବନ୍ଦ ନିଷ୍ପତ୍ତି: ବନ୍ଦ ନକରି ବିକାଶ କଲେ ପିଲା ବଢିବେ କହିଲା ସୁରକ୍ଷା କମିଟି
ସ୍କୁଲ ବନ୍ଦ ନିଷ୍ପତ୍ତି: ବନ୍ଦ ନକରି ବିକାଶ କଲେ ପିଲା ବଢିବେ କହିଲା ସୁରକ୍ଷା କମିଟି

By

Published : Sep 3, 2021, 6:48 PM IST

କଟକ: ରାଜରାସ୍ତାକୁ ଓହ୍ଲାଇଲା ବିଦ୍ୟାଳୟ ସୁରକ୍ଷା କମିଟି । ପିଲାଙ୍କ ଅଭାବରେ ସ୍କୁଲ କଣ ପାଇଁ ବନ୍ଦ ହେବ ବୋଲି ପ୍ରଶ୍ନ କରିଛି କମିଟି । ଭବିଷ୍ୟତକୁ ନ ଦେଖି ସ୍କୁଲର ଅସ୍ତିତ୍ବକୁ ମାଟିରେ ମିଶାଉଛନ୍ତି ସରକାର ବୋଲି ଦାବି କରିଛନ୍ତି ଆନ୍ଦୋଳନକାରୀ । ପିଲାଙ୍କ ଅଭାବରେ ରାଜ୍ୟରେ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ନିନ୍ଦା କରିଛି କମିଟି ।

ସ୍କୁଲ ବନ୍ଦ ନିଷ୍ପତ୍ତି: ବନ୍ଦ ନକରି ବିକାଶ କଲେ ପିଲା ବଢିବେ କହିଲା ସୁରକ୍ଷା କମିଟି

ତେବେ ରାଜ୍ୟରେ 14,379 ସ୍କୁଲ ସହିତ କେବଳ କଟକ ଜିଲ୍ଲାରେ 448 ସରକାରୀ ସ୍କୁଲକୁ ବନ୍ଦ କରିବାର ନିଷ୍ପତ୍ତିକୁ କମିଟି ଘୋର ନିନ୍ଦା କରିଛି । ପିଲା ନାହାନ୍ତି ବୋଲି ସ୍କୁଲ ବନ୍ଦ ନ ନକରି ସ୍କୁଲର ବିକାଶ କରାଗଲେ ନିଶ୍ଚୟ ସରକାରୀ ସ୍କୁଲର ପାଠ ପଢିବା ପାଇଁ ଛାତ୍ରଛାତ୍ରୀ ଆଗ୍ରହ ପ୍ରକାଶ କରିବେ ।

ଯଦି ଏହି ଦିଗରେ ନିଘା ନାହିଁ ତେବେ ସ୍କୁଲ ବନ୍ଦ କିମ୍ବା ଅନ୍ୟ ସ୍କୁଲ ସହ ମିଶ୍ରଣ କଲେ କଣ ସଫଳ ହେବେ ସରକାର ବୋଲି କମିଟି ପ୍ରଶ୍ନ କରିଛି । ଏଣୁ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ଶୀଘ୍ର ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ଆନ୍ଦୋଳନକାରୀ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details