ଓଡିଶା

odisha

ETV Bharat / city

୧୮ ମାସ ପରେ ଖୋଲିଲା ସ୍କୁଲ: ଫୁଲ ତୋଡା ଦେଇ ଛାତ୍ରଛାତ୍ରୀଙ୍କୁ ସ୍ବାଗତ, ଖେଳକୁଦରେ ବିତିଲା ଦିନ - Class 8th open

ଆଜିଠୁ ଖୋଲିଛି ପ୍ରାଥମିକ ସ୍କୁଲ । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କେବଳ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲକୁ ଆସି ପାଠ ପଢିବେ। ଦୀର୍ଘ ଦୁଇ ବର୍ଷ ପରେ ଖୋଲିଲା ପ୍ରାଇମେରୀ ସ୍କୁଲ । ବାଜିଲା ବେଲ କାନ୍ଧରେ ବସ୍ତାନୀ ଧରି ସ୍କୁଲରେ ପହଞ୍ଚିଲେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ। ପାଠପଢ଼ା ନୁହେଁ ବରଂ ଖେଳ କୁଦରେ ଆଜି କମ୍ପିଲା ସ୍କୁଲ ପରିବେଶ। ଅଧିକ ପଢନ୍ତୁ...

Class viii open all covid19 guideline in state
୧୮ ମାସ ପରେ ଖୋଲିଲା ସ୍କୁଲ,ଖେଳ କୁଦରେ ସମୟ କାଟିଲେ ଛାତ୍ରଛାତ୍ରୀ

By

Published : Oct 25, 2021, 8:43 PM IST

କଟକ/ଯାଜପୁର: ଆଜିଠୁ ଖୋଲିଛି ପ୍ରାଥମିକ ସ୍କୁଲ। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କେବଳ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲକୁ ଆସି ପାଠ ପଢିବେ । ତେବେ ଦୁଇ ଦିନ ଅର୍ଥାତ ଆଜି ଏବଂ ଆସନ୍ତାକାଲି ପାଠପଢ଼ା ବଦଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଲୋଚନା, ତର୍କ, ପ୍ରତିଯୋଗିତା,ଚିତ୍ରାଙ୍କନ, ବିଭିନ୍ନ ପ୍ରକାର ଖେଳ କରାଯିବ। ଏହି ଦୁଇ ଦିନ ଛାତ୍ରଛାତ୍ରୀଙ୍କୁ କୌଣସି ପାଠପଢ଼ା ଯିବ ନାହିଁ । ତେବେ କୋଭିଡ କଟକଣା ମାନି ସ୍କୁଲ ଖୋଲା ଯାଇଥିବାବେଳେ ସ୍କୁଲ ଆସି ବେଶ ଖୁସି ପ୍ରକଟ କରିଛନ୍ତି ଛାତ୍ରଛାତ୍ରୀ ।

୧୮ ମାସ ପରେ ଖୋଲିଲା ସ୍କୁଲ,ଖେଳ କୁଦରେ ସମୟ କାଟିଲେ ଛାତ୍ରଛାତ୍ରୀ
ଦୀର୍ଘ ଦୁଇ ବର୍ଷପରେ ଖୋଲିଲା ପ୍ରାଇମେରୀ ସ୍କୁଲ। ବାଜିଲା ବେଲ କାନ୍ଧରେ ବସ୍ତାନୀ ଧରି ସ୍କୁଲରେ ପହଞ୍ଚିଲେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ । ପାଠପଢ଼ା ନୁହେଁ ବରଂ ଖେଳ କୁଦରେ ଆଜି କମ୍ପିଲା ସ୍କୁଲ ପରିବେଶ । ଆଉ ଇଏ ହେଉଛି ତାହାର ଦୃଶ୍ୟ । ନିଜ ନିଜ ସାଥିଙ୍କ ସହ ସ୍କୁଲ ପଡ଼ିଆରେ ଖେଳ କୁଦରେ ମାତିଛନ୍ତି ଛାତ୍ରଛାତ୍ରୀ । କିଏ ବ୍ୟାଡମିଣ୍ଟନ ଖେଳୁଛି ତ ଆଉ କିଏ ଭଲିବଲ । କିଛି କିଛି ଛାତ୍ରଛାତ୍ରୀ ନିଜ ସାଙ୍ଗଙ୍କ ସହ କଥା ହୋଇ ବେଶ ଆନନ୍ଦିତ ହୋଇ ପଡିଛନ୍ତି । ତେବେ ଅନଲାଇନ ପାଠପଢା ଅପେକ୍ଷା, ଅଫଲାଇନ ପାଠପଢାରେ ଉପକୃତ ମିଳିବ ବୋଲି ଛାତ୍ରଛାତ୍ରୀ କହିଛନ୍ତି।

ତେବେ ସରକାରଙ୍କ ଏହି ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । କୋଭିଡ କଟକଣା ମାନିବାକୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀ ସ୍କୁଲରେ ପହଞ୍ଚିଲେ ପ୍ରଥମେ ତାପମାତ୍ରା ମପାଯିବ । ସମସ୍ତ ଛାତ୍ରଛାତ୍ରୀଙ୍କୁ ନିୟମିତ ଭାବରେ ହାତ ସାନିଟାଇଜ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସବୁବେଳେ ମାସ୍କ ପିନ୍ଧିବାକୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି। ତେବେ ସାମାଜିକ ଦୂରତା ମାନି ସ୍କୁଲ ଆସିବାକୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି । ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଯେଉଁ ନିୟମରେ ପାଠପଢ଼ା ଯାଉଛି,ଠିକ ସେହିପରି ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ କରାଯିବ ।ଏହାଦ୍ୱାରା ଛାତ୍ରଛାତ୍ରୀଙ୍କର ପାଠପଢାରେ କୌଣସି ସମସ୍ୟା ହେବ ନାହିଁ ।

ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ ନାହିଁ। ଉଭୟ ସଞ୍ଚାର (ଅନଲାଇନ) ଏବଂ ଅଫ୍‌ଲାଇନ ପାଠପଢା ଜାରି ରହିବ। ଛାତ୍ରଛାତ୍ରୀ ସେମାନଙ୍କ ଅଭିଭାବକଙ୍କ ପାଖରୁ ଅନୁମତି ନେଇ ବିଦ୍ୟାଳୟ ଆସିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ହେଇଥିଲା।
ରାଜ୍ୟରେ ଦୀର୍ଘ ୨୦ ମାସ ପରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିଲା ବିଦ୍ୟାଳୟ । ଛାତ୍ରାବାସ ପରିସରକୁ ନିୟମିତ ସଫେଇ ସହ କୋରୋନା କଟକଣା କଡ଼ାକଡ଼ି ଭାବେ ପାଳନ କରାଯିବ । ଥର୍ମାଲ ସ୍କ୍ରିନିଂ, ତୁଣ୍ଡି ପିନ୍ଧିବା ଓ ହାତକୁ ବିଶୋଧନ କରିବା ଭଳି କରୋନା କଟକଣା ଅନୁପାଳନ କରିବେ କର୍ମଚାରୀ ଓ ଅନ୍ତେବାସୀ। ଏହି ପରିପ୍ରେକ୍ଷୀରେ ଆଜି ଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ଅଫ ଲାଇନ ମାଧ୍ୟମରେ ଅଷ୍ଟମ ଶ୍ରେଣୀ ର ପାଠପଢା। ଏଥିପାଇଁ ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଯାଜପୁର କୋରେଇ ବ୍ଲକ ସୋତୀ ନୋଡାଲ ବିଦ୍ୟାଳୟ ପକ୍ଷରୁ ଛାତ୍ର ଛାତ୍ରୀଙ୍କ ପ୍ରବେଶ ପୂର୍ବରୁ ହାତକୁ ସାନିଟାଇଜ କରାଯାଇଥିଲା। ସ୍କୁଲ ଭିତରକୁ ପଶୁଥିବା ଛାତ୍ର ଛାତ୍ରୀଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ କରଯାଇଥିଲା। ଦୀର୍ଘଦିନ ପରେ ସ୍କୁଲ ଖୋଲା ହେବା ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା।

ସମସ୍ତ ନିୟମ ମାନି ଆଉ ସଠିକ ଢଙ୍ଗରେ ଯଦି ସ୍କୁଲ ମାନଙ୍କରେ ପାଠପଢ଼ା କାର୍ଯ୍ୟକ୍ରମ ସଫଳ ହୁଏ। ତେବେ ଆଗକୁ ସମସ୍ତ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେବେ ବୋଲି ଜଣାପଡିଛି ।

କଟକରୁ ନାରାୟଣ ସାହୁ ଓ ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details