କଟକ:ସ୍କୁଲ ମିଶ୍ରଣ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହେଇଥିବା ବିଜ୍ଞପ୍ତିକୁ ରଦ୍ଦ କରିଛନ୍ତି ହାଇକୋର୍ଟ । ଏନେଇ ଦାୟର ହୋଇଥିବା ମାମଲାର ଶୁଣାଣି କରି କୋର୍ଟ ଗଣଶିକ୍ଷା ବିଭାଗର ବିଜ୍ଞପ୍ତିକୁ ଘୋର ଅସନ୍ତୋଷ ପ୍ରକାଶ କରିବା ସହ ଏହାକୁ ରଦ୍ଦ କରିଛନ୍ତି ।
ରାଜ୍ୟରେ କମ ଛାତ୍ରଛାତ୍ରୀ ଥିବା ସ୍କୁଲ ଗୁଡିକୁ ବନ୍ଦ କରିବା ପାଇଁ ନିଷ୍ପିତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ହାଇକୋର୍ଟରେ ଏକ ମାମଲାର ଶୁଣାଣୀ କରିଛନ୍ତି ହାଇକୋର୍ଟ । 20 ଜଣରୁ କମ ଛାତ୍ରଛାତ୍ରୀ ପାଠ ପଢୁଥିବା ସ୍କୁଲଗୁଡ଼ିକୁ ବନ୍ଦ କରି ତାହାକୁ ନିକଟସ୍ଥ ସ୍କୁଲ ସହିତ ମିଶ୍ରଣ କରାଯିବ ଏବଂ ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ସ୍କୁଲକୁ ସ୍ଥାନାନ୍ତରିତ କରିବା ପାଇଁ ଗଣଶିକ୍ଷା ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲା । ଗତବର୍ଷ ମାର୍ଚ୍ଚ 11 ତାରିଖ ଦିନ ଜାରି ହୋଇଥିବା ଏହି ବିଜ୍ଞପ୍ତି ନିଶୁଳ୍କ ଓ ବାଧ୍ୟତା ମୁଳକ ଶିକ୍ଷା ଅଧିକାର ଆଇନ ସହିତ ସମ୍ବିଧାନର ବିରୋଧାଚରଣ କରୁଥିବା ଦର୍ଶାଇ କରି ବିଭିନ୍ନ ଅଭିଭାବକ ସଂଘ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏବଂ ଏହି ମାମଲର ଶୁଣାଣି କରି କୋର୍ଟ ପୂର୍ବରୁ ଏହି ବିଜ୍ଞପ୍ତି ଉପରେ ରହିତା ଦେଶ ଜାରି କରିଥିଲେ ।