ଓଡିଶା

odisha

ETV Bharat / city

ସ୍କୁଲ ଫି ଛାଡ଼ ପ୍ରସଙ୍ଗ: ତୁଟିଲା ବିବାଦ, ଖୁସି ପ୍ରକଟ କଲା ଅଭିଭାବକ ସଙ୍ଘ - କଟକ ଖବର

କୋରୋନା ସମୟରେ ସ୍କୁଲ ଫି’ ସମ୍ପୂର୍ଣ୍ଣ ପ୍ରତ୍ୟାହାର ପ୍ରସଙ୍ଗରେ ତୁଟିଲା ବିବାଦ । ଆପୋଷ ବୁଝାମଣାରେ ବାହାରିଲା ସମାଧାନ ବାଟ । ଅଧିକ ପଢ଼ନ୍ତୁ...

School Fee Exemption Issue, Dispute Resolved, Parents Association express happiness, ସ୍କୁଲ ଫି ଛାଡ଼ ପ୍ରସଙ୍ଗ,  ତୁଟିଲା ବିବାଦ, ଖୁସି ପ୍ରକଟ କଲା ଅବିଭାବକ ସଙ୍ଘ,ଆପୋଷ ବୁଝାମଣାରେ ବାହାରିଲା ସମାଧାନ, କଟକ ଖବର, ହାଇକୋର୍ଟଙ୍କ ନିର୍ଦ୍ଦେଶ
ସ୍କୁଲ ଫି ଛାଡ଼ ପ୍ରସଙ୍ଗ: ତୁଟିଲା ବିବାଦ, ଖୁସି ପ୍ରକଟ କଲା ଅବିଭାବକ ସଙ୍ଘ

By

Published : Sep 14, 2020, 2:27 PM IST

କଟକ: ସ୍କୁଲ ଫି ଛାଡ଼ ପ୍ରସଙ୍ଗରେ ତୁଟିଛି ବିବାଦ। ରାଜ୍ୟ ସରକାରଙ୍କ ମଧ୍ୟସ୍ଥତାରେ ଆପୋଷ ସମାଧାନର ବାଟ ବହାର କରିବାକୁ ପୂର୍ବରୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ଏକ ବୈଠକ ମାଧ୍ୟମରେ ବିବାଦ ତୁଟିଥିବା ଜଣାପଡ଼ିଛି ।

ସ୍କୁଲ ଫି ଛାଡ଼ ପ୍ରସଙ୍ଗ: ତୁଟିଲା ବିବାଦ, ଖୁସି ପ୍ରକଟ କଲା ଅବିଭାବକ ସଙ୍ଘ

ଏହି ସମାଧାନର ପ୍ରସ୍ଥାବକୁ ହାଇକୋର୍ଟରେ ସୋମବାର ଦାଖଲ କରିବା କଥା । କିନ୍ତୁ ସମ୍ପୃକ୍ତ ସରକାରୀ କର୍ମଚାରୀ ଜଣକ କରୋନା ଆକ୍ରାନ୍ତ ହୋଇଥିବାରୁ ରିପୋର୍ଟ ଦାଖଲ ହୋଇପାରିନାହିଁ। ଆସନ୍ତା 22 ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରାଯିବ ବୋଲି ଆବେଦନକାରୀ ଓକିଲ କହିଛନ୍ତି। ତେବେ ବୈଠକ ସଫଳ ହୋଇଛି ଓ ସମସ୍ତ ପକ୍ଷଙ୍କ ଆଲୋଚନା ମାଧ୍ୟମରେ ଏହା ସମାଧାନ କରାଯାଇଛି। ଏନେଇ ହାଇକୋର୍ଟ ମଧ୍ୟ ସକାରାତ୍ମକ ନିର୍ଦ୍ଦେଶ ଦେବେ ବୋଲି ଆବେଦନକାରୀ ଓକିଲ ଆଶା ପୋଷଣ କରିଛନ୍ତି ।

ସୂଚନାଯୋଗ୍ୟ ସ୍କୁଲ ଫି ପ୍ରତ୍ୟାହାର ପ୍ରସଙ୍ଗରେ ମଧ୍ୟସ୍ଥତା ମାଧ୍ୟମରେ ସମାଧାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କୋରୋନା ସମୟରେ ସ୍କୁଲ ଫି’ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଅବିଭାବକ ସଙ୍ଘ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details