କଟକ:ଆସନ୍ତା ନଭେମ୍ବର ୨୨ ତାରିଖରୁ ନବମ ଶ୍ରେଣୀର ସମ୍ମେଟିଭ ପରୀକ୍ଷା ହେବାକୁ ଯାଉଛି । ତେବେ ଏହା ଦଶମ ପରୀକ୍ଷା ଢାଞ୍ଚାରେ ହେବ । ତେବେ ବୋର୍ଡର ଏହିଭଳି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ଏହା ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରତି ଆଗ୍ରହ ବଢ଼ାଇବ ବୋଲି କହିଛନ୍ତି କର୍ତ୍ତୃପକ୍ଷ ।
ବୋର୍ଡ ବିଜ୍ଞପ୍ତି ଅନୁସାରେ ନଭେମ୍ବର ୨୨ ରୁ ନବମ ଶ୍ରେଣୀର ସମ୍ମେଟିଭ-୧ ପରୀକ୍ଷା ଆରମ୍ଭ ହୋଇ ୨୪ରେ ଶେଷ ହେବ। ମୋଟ ୪୦ ମାର୍କର ପରୀକ୍ଷା ହେବ। ୨୦ ମାର୍କ ସବଜେକଟିଭ ଓ ୨୦ ମାର୍କର ଅଵଜେକଟିଭ ରହିବ। ବୋର୍ଡର ଏହିଭଳି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ଏହା ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରତି ଆଗ୍ରହ ବଢ଼ାଇବ। ଏଥିସହ ପରୀକ୍ଷା ପ୍ରତି ଆଉ କୌଣସି ଛାତ୍ରଛାତ୍ରୀଙ୍କର ଭୟ ରହିବ ନାହିଁ ବୋଲି କହିଛନ୍ତି ଚହଟା ସରସ୍ବତୀ ଶିଶୁ ମନ୍ଦିରର ପ୍ରଧାନ ଶିକ୍ଷକ ନାରାୟଣ ପ୍ରସାଦ ଷଡ଼ଙ୍ଗୀ ।