ଓଡିଶା

odisha

By

Published : Dec 24, 2021, 3:55 PM IST

Updated : Dec 24, 2021, 5:20 PM IST

ETV Bharat / city

ଦ୍ବିତୀୟ ଦିନରେ SCB ଛାତ୍ରଛାତ୍ରୀଙ୍କ ଧାରଣା, କହିଲେ ସେବା ପ୍ରଥମ ଜାରି ରହିବ ଲଢେଇ

ନିଟ ପିଜି କାଉନ୍ସିଲିଂରେ ବିଳମ୍ବ ନେଇ ତେଜିଲା ଆନ୍ଦୋଳନ । ଦ୍ବିତୀୟ ଦିନରେ ପହଞ୍ଚିଲା SCB ବଡ଼ ମେଡ଼ିକାଲ ପିଜି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । ଅଧିକ ପଢନ୍ତୁ

ସେବା ପ୍ରଥମ , ଦାବି ପାଇଁ ଲଢେଇ ଜାରି ରହିବ: ଡାକ୍ତରୀ ଛାତ୍ରଛାତ୍ରୀ
ସେବା ପ୍ରଥମ , ଦାବି ପାଇଁ ଲଢେଇ ଜାରି ରହିବ: ଡାକ୍ତରୀ ଛାତ୍ରଛାତ୍ରୀ

କଟକ: ସିଲଭରସିଟିରେ ଦ୍ୱିତୀୟ ଦିନରେ ପହଁଞ୍ଚିଲା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । ନିଟ ପିଜି କାଉନ୍ସିଲିଂ(NEET ,PG counselling )ରେ ବିଳମ୍ବ ହେତୁ ଆନ୍ଦୋଳନ ଜାରି ରଖିଛନ୍ତି SCB ମେଡିକାଲ କଲେଜର ଡାକ୍ତରୀ ଛାତ୍ରଛାତ୍ରୀ । ଦିଲ୍ଲୀ ନିର୍ମାଣ ଭବନ ସମ୍ମୁଖରେ ଆନ୍ଦୋଳନରତ ଶହଶହ ଡାକ୍ତରୀ ଛାତ୍ରଛାତ୍ରୀ ଙ୍କୁ ସମର୍ଥନ ଜଣାଇ ଏସସିବିରେ ମଧ୍ୟ ଡାକ୍ତରୀ ଛାତ୍ରଛାତ୍ରୀ ଜାରି ରଖିଛନ୍ତି ଆନ୍ଦୋଳନ।

ସେବା ପ୍ରଥମ , ଦାବି ପାଇଁ ଲଢେଇ ଜାରି ରହିବ: ଡାକ୍ତରୀ ଛାତ୍ରଛାତ୍ରୀ

ନିଟ ପିଜି କାଉନ୍ସିଲିଂ ବିଳମ୍ବ ହେବା ଦ୍ୱାରା ମେଡିକାଲ ପାଠ୍ୟକ୍ରମ ଉପରେ ଏହାର ପ୍ରଭାବ ପଡୁଛି । ଫଳରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ସରକାର ଏହି ଦିଗରେ କାହିଁକି ପଦକ୍ଷେପ ନେଉ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଆନ୍ଦୋଳନରତ ଡାକ୍ତର । ତେବେ ଏହି ଆନ୍ଦୋଳନର କୌଣସି ପ୍ରଭାବ ରୋଗୀଙ୍କ ଉପରେ ପଡୁନଥିବା ବେଳେ ପୂର୍ବ ପରି ସେବା ଓ ଚିକତ୍ସା ମଧ୍ୟ ବର୍ତ୍ତମାନ ଜାରି ରହିଛି । ଯଦି ରୋଗୀ ସେବା ବନ୍ଦ ପାଇଁ ଉଦେଶ୍ୟ ଥାଆନ୍ତା ତେବେ ଓପିଡ଼ି କିମ୍ବା କାଜୁଆଲଟି ସାମ୍ନାରେ ହୋଇଥାନ୍ତା ଧାରଣା ସ୍ଥଳରେ ନୁହଁ ବୋଲି କହିଛନ୍ତି ଆନ୍ଦୋଳନକାରୀ। ତେବେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Dec 24, 2021, 5:20 PM IST

ABOUT THE AUTHOR

...view details