ଓଡିଶା

odisha

ETV Bharat / city

SCB ମେଡିକାଲ ଡାକ୍ତରଙ୍କ ସଫଳତା, ହରିଶଙ୍କୁ ମିଳିଲା ନୂଆ ଜୀବନ - ଏସସିବି ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡାକ୍ତର ଏକ ବିରଳ ଅସ୍ତ୍ରପ୍ରଚାର

ଏସସିବି ମେଡିକାଲ ଡାକ୍ତରଙ୍କୁ ଏକ ବଡ ସଫଳତା । ଏସସିବି ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡାକ୍ତର ଏକ ବିରଳ ଅସ୍ତ୍ରପ୍ରଚାର କରି ବାଲେଶ୍ବରର ଜଣେ ଯୁବକଙ୍କୁ ଦେଇଛନ୍ତି ନୂଆ ଜୀବନ । ମୁହଁରେ ଆବୁ ଭଳି ବଡ ବଡ ମାଂସ ବଢିବା ପରେ ଦୀର୍ଘ 7ବର୍ଷ ଧରି ଯୁବକ ଜଣକ ଅତି ଦୟନୀୟ ଭାବେ ଜୀବନଯାପନ କରୁଥିଲେ । ଅଧିକ ପଢନ୍ତୁ...

successful operation of SCB Medical doctors
ଏସସିବି ମେଡିକାଲର ଡାକ୍ତରଙ୍କ ସଫଳତା,ହରିଶଙ୍କୁ ମିଳିଲା ନୂଆ ଜୀବନ

By

Published : Jan 9, 2021, 10:30 PM IST

କଟକ: ପୁଣି ଥରେ ଏସସିବି ମେଡିକାଲ ଡାକ୍ତରଙ୍କୁ ମିଳିଲା ଏକ ବଡ ସଫଳତା । ଏସସିବି ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡାକ୍ତର ଏକ ବିରଳ ଅସ୍ତ୍ରପ୍ରଚାର କରି ବାଲେଶ୍ବରର ଜଣେ ଯୁବକଙ୍କୁ ଦେଇଛନ୍ତି ନୂଆ ଜୀବନ । ମୁହଁରେ ଆବୁ ଭଳି ବଡ ବଡ ମାଂସ ବଢିବା ପରେ ଦୀର୍ଘ 7 ବର୍ଷ ଧରି ଯୁବକ ଜଣକ ଅତି ଦୟନୀୟ ଭାବେ ଜୀବନଯାପନ କରୁଥିଲେ ।

ଏସସିବି ମେଡିକାଲର ଡାକ୍ତରଙ୍କ ସଫଳତା,ହରିଶଙ୍କୁ ମିଳିଲା ନୂଆ ଜୀବନ

ବାଲେଶ୍ବର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ଉଦୟପୁର ଗାଁର ହରିଶଚନ୍ଦ୍ର ତରାଇ । ଏସସିବି ପ୍ଲାଷ୍ଟିକ ସର୍ଜରୀ ବିଭାଗର ବିଶେଷଜ୍ଞ ଡ଼ାକ୍ତରଙ୍କ ସଫଳ ଅସ୍ତ୍ରପ୍ରଚାର ପରେ ଏବେ ନୂଆ ଜୀବନ ପାଇଛନ୍ତି ହରିଶ । ହାଇପୋମାଇକୋସିସ ନାମକ ଫଙ୍ଗାଲ ରୋଗ ଯୋଗୁଁ ହରିଶଙ୍କ ମୁହଁ ସଂପୂର୍ଣ୍ଣ ରୂପେ ବଡ ବଡ ମାଂସ ପିଣ୍ଡୁଳାର ଆବରଣରେ ଭର୍ତ୍ତି ହୋଇଗଲା । ଫଳରେ ସେ ଆଉ ଖାଇପିଇ ପାରିଲେନାହିଁ । ଗତ ଅକ୍ଟୋବର 17 ତାରିଖରେ ଏସସିବି ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ସେ ଭର୍ତ୍ତି ହୋଇଥିଲେ । ଡିସେମ୍ବର 10 ତାରିଖରେ ପ୍ଲାଷ୍ଟିକ ସର୍ଜରୀ ବିଭାଗର 10 ଜଣିଆ ଟିମକୁ ନେଇ ତାଙ୍କ ମୁହଁର କରାଯାଇଥିଲା ଅସ୍ତ୍ରପଚାର । ପୂର୍ବରୁ କେବେ ବି ଏଭଳି କୌଣସି ଅସ୍ତ୍ରପ୍ରଚାର ଏସସିବି ମେଡିକାଲରେ ହୋଇନାହିଁ ବୋଲି ପ୍ଲାଷ୍ଟିକ ସର୍ଜରୀ ବିଭାଗର ବିଶେଷଜ୍ଞ ଡାକ୍ତର ବିଭୂତି ଭୂଷଣ ନାୟକ କହିଛନ୍ତି।

2013 ମସିହାରୁ ହରିଶଙ୍କ ମୁହଁର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଲା କିଛି ଛୋଟ ଛୋଟ ଆବୁ ଆଉ ତା ପରେ ସମୟ ଗଡିବା ସହ ତାହା ବଡ ବଡ ହୋଇଗଲା । ବିଭିନ୍ନ ମେଡିକାଲ ସମେତ ଏସସିବି ମେଡିକାଲର ଚର୍ମ ବିଭାଗ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇବା ସତ୍ତ୍ବେ ଏହା କମି ନ ଥିଲା । ଅବସ୍ଥା ଏଭଳି ହୋଇଥିଲା ଯେ ସେ କିଛି ବି ଖାଇପିଇ ପାରିଲେ ନାହିଁ । ଫଳରେ ଆଗକୁ ସେ କିପରି ବଞ୍ଚିବେ ତାହାକୁ ନେଇ ଢେର ଚିନ୍ତାରେ ପଡିଥିଲେ । ପରିବାର ଲୋକଙ୍କର ମଧ୍ୟ ଅନୁରୂପ ଭାବେ ଚିନ୍ତା ବଢିଯାଇଥିଲା । ଦୀର୍ଘ 7ବର୍ଷ ଧରି ସେ ଏହି ରୋଗ ସହ ସଂଘର୍ଷ କରିବା ପରେ ଏବେ ପାଇଛନ୍ତି ନୂଆ ଜୀବନ । ଯାହାକୁ ନେଇ ସେ ଏବେ ଢେର ଖୁସି ।

ଚାଷବାସ କରି ଜୀବିକା ନିର୍ବାହ କରୁଥିବା ହରିଶଙ୍କ ମନରେ ଏବେ ସଞ୍ଚାର ହୋଇଛି ନୂତନ ଜୀବନକୁ ନେଇ ଅନେକ ସ୍ବପ୍ନ । ଏବେ ତାଙ୍କର ଅସ୍ତ୍ରପ୍ରଚାର ସଫଳତାର ସହ ହୋଇଥିବା ବେଳେ ଆଉ କିଛି ମାସ ତାଙ୍କର ଅନ୍ୟାନ୍ୟ ଚିକିତ୍ସା ଜାରି ରହିବ । ଆଉ ତା ପରେ ହରିଶ ଫେରି ପାଇବେ ତାଙ୍କର ସେହି ପୂର୍ବ ଚେହେରା ।

କଟକରୁ ନାରାୟଣ ସାହୁଙ୍କ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details