ଓଡିଶା

odisha

ETV Bharat / city

SCBରେ ରୋଗୀ ସମ୍ପର୍କୀୟଙ୍କୁ ମାଡ ଘଟଣା, ପୋଲିସର ତଦନ୍ତ ଆରମ୍ଭ - ରୋଗୀ ସମ୍ପର୍କୀୟଙ୍କୁ ମାଡ ଘଟଣା ପୋଲିସ ତଦନ୍ତ ଆରମ୍ଭ

ଏସସିବିରେ ରୋଗୀ ସମ୍ପର୍କିୟଙ୍କୁ ଜୁନିୟର ଡାକ୍ତରଙ୍କ ମାଡ ଅଭିଯୋଗ ମାମଲାରେ ଆରମ୍ଭ ହୋଇଛି ଏସସିବିରେ(SCB) ରୋଗୀଙ୍କ ସମ୍ପର୍କୀୟଙ୍କୁ ଜୁନିୟର ଡାକ୍ତର ମାଡ ମାରିବା ଘଟଣାରେ ତଦନ୍ତ ଆରମ୍ଭ କରିଛି ମଙ୍ଗଳବାଗ ଥାନା ପୋଲିସ । ନିୟୁ ମେଡିସିନ ଓ୍ବାର୍ଡରେ ଚିକିତ୍ସିତ ହେଉଥିବା ଅନ୍ୟ ରୋଗୀ ଓ ପ୍ରତ୍ୟକ୍ଷଦର୍ଶୀ ଭାବେ ସେମାନଙ୍କ ସମ୍ପର୍କୀୟଙ୍କ ବୟାନ ରେକର୍ଡ । ଅଧିକ ପଢନ୍ତୁ

SCB junior docter attack patient's relative  case, police started investication
SCB ରେ ରୋଗୀ ସମ୍ପର୍କୀୟଙ୍କୁ ମାଡ ଘଟଣା, ପୋଲିସ ତଦନ୍ତ ଆରମ୍ଭ

By

Published : Apr 26, 2022, 7:54 PM IST

କଟକ: ଏସସିବିରେ(SCB) ରୋଗୀଙ୍କ ସମ୍ପର୍କୀୟଙ୍କୁ ଜୁନିୟର ଡାକ୍ତର ମାଡ ମାରିବା ଘଟଣାରେ ତଦନ୍ତ ଆରମ୍ଭ କରିଛି ମଙ୍ଗଳବାଗ ଥାନା ପୋଲିସ । ଡାକ୍ତରଙ୍କ ମାଡର ଶିକାର ହୋଇଥିବା ପୁରୀ ଜିଲ୍ଳା ବ୍ରହ୍ମଗିରି ବାସିନ୍ଦା ପ୍ରତାପ ପରିଡାଙ୍କ ଅଭିଯୋଗ କ୍ରମେ ମଙ୍ଗଳାବାଗ ପୋଲିସ ଏକ ମାମଲା ରୁଜୁ କରିଛି । ଏନେଇ ପୋଲିସ ଘଟଣା ଘଟିଥିବା ନିୟୁ ମେଡିସିନ ଓ୍ବାର୍ଡରେ ଚିକିତ୍ସିତ ହେଉଥିବା ଅନ୍ୟ ରୋଗୀ ଓ ପ୍ରତ୍ୟକ୍ଷଦର୍ଶୀ ଭାବେ ସେମାନଙ୍କ ସମ୍ପର୍କୀୟଙ୍କ ବୟାନ ରେକର୍ଡ କରିଛି ।

SCB ରେ ରୋଗୀ ସମ୍ପର୍କୀୟଙ୍କୁ ମାଡ ଘଟଣା, ପୋଲିସ ତଦନ୍ତ ଆରମ୍ଭ

ଏହା ପରେ ଗତକାଲି ଡିୟୁଟି କରୁଥିବା ଜୁନିୟର ଡାକ୍ତରଙ୍କର ବୟାନ ରେକର୍ଡ କରାଯିବ । ମଙ୍ଗଳାବାଗ ଥାନାରେ ହୋଇଥିବା ଅଭିଯୋଗ ମୁତାବକ ଦୁଇ ଦିନ ତଳେ ପୁରୀ ଜିଲ୍ଳା ବ୍ରହ୍ମଗିରି ବାସିନ୍ଦା ପ୍ରତାପଙ୍କ ସମ୍ପର୍କୀୟ ଚିକିତ୍ସା ପାଇଁ ଏସସିବିରେ ଭର୍ତ୍ତି ହୋଇଥିଲେ । ସାପ କାମୁଡିଥିବା ସନ୍ଦେହ କରି ଏସସିବିର ଡାକ୍ତରମାନେ ତାଙ୍କୁ ୧୦ଟି ଇଞ୍ଜେକ୍ସନ ଦେଇଥିଲେ । ଏହା ପରେ ଗତକାଲି ଅପରାହ୍ନରେ ରୋଗୀଙ୍କ ମୃତ୍ୟୁ ହେବାରୁ ମୃତକଙ୍କ ପରିବାର ଲୋକେ ଚିକିତ୍ସା ଅବହେଳା ଅଭିଯୋଗ ଆଣିଥିଲେ ଓ ମୃତ ଦେହର ପୋଷ୍ଟମର୍ଟମ କରିବାକୁ ଦାବି କରିଥିଲେ ।

ମାତ୍ର ଜୁନିୟର ଡାକ୍ତରମାନେ ବିନା ପୋଷ୍ଟ ମର୍ଟମରେ ମୃତ ଦେହ ନେଇ ଯିବାକୁ କହିବାରୁ ଏହାକୁ ନେଇ ଉଭୟ ରୋଗୀଙ୍କ ସମ୍ପର୍କୀୟ ଓ ନିୟୁ ମେଡିସିନ ଓ୍ବାର୍ଡର ଜୁନିୟର ଡାକ୍ତରଙ୍କ ମଧ୍ୟରେ ବଚସା ହୋଇଥିଲା । ଏହା ପରେ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ଜୁନିୟର ଡାକ୍ତର ସଙ୍ଘବଦ୍ଧ ଭାବେ ପ୍ରତାପଙ୍କୁ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details