କଟକ:ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ବସ୍ତରୀୟ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିପାଇଁ ତ୍ବରିତ ବେଗରେ କାମ ମଧ୍ୟ ଚାଲିଛି। ତେବେ ହସ୍ପିଟାଲକୁ ସଂଲଗ୍ନ ରାସ୍ତା ସମ୍ପ୍ରସାରଣ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। କଟକ ସହରରେ ପ୍ରଶସ୍ତ ରାସ୍ତା ନଥିବାରୁ ରୋଗୀମାନେ ମେଡ଼ିକାଲରର ପହଞ୍ଚିବା ଏକ ବଡ଼ ସମସ୍ୟା ହୋଇଥାଏ। ମେଡିକାଲ ନିକଟରୁ ରାଣୀହାଟ ପୋଲ ପର୍ଯ୍ୟନ୍ତ ଚଉଡା ରାସ୍ତା ହୋଇ ସାରିଥିବା ବେଳେ ଏବେ ରାଣୀହାଟ ପୋଲ ଠାରୁ ସମ୍ରାଟ ହଲ ଯାଏ ହେବ ସଂପ୍ରସାରଣ କାର୍ଯ୍ୟ। ଏଥିପାଇଁ ଲୋକମାନଙ୍କୁ ସହଯୋଗ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।
ଏସସିବି ସମ୍ପ୍ରସାରଣ ପ୍ରସଙ୍ଗ, ପୁଣି ଆରମ୍ଭ ହେବ ଉଚ୍ଛେଦ କାର୍ଯ୍ୟ - ଏସସିବି ମେଡିକାଲ
ଏସସିବି ସମ୍ପ୍ରସାରଣ ପ୍ରସଙ୍ଗ । ଶୁକ୍ରବାର ଠାରୁ ପୁଣି ଆରମ୍ଭ ହେବ ଉଚ୍ଛେଦ କାର୍ଯ୍ୟ। ଅଧିକ ପଢନ୍ତୁ...
ଏସସିବି ସମ୍ପ୍ରସାରଣ ପ୍ରସଙ୍ଗ,ପୁଣି ଆରମ୍ଭ ହେବ ଉଚ୍ଛେଦ କାର୍ଯ୍ୟ
ଏସସିବି ସମ୍ପ୍ରସାରଣ ପ୍ରସଙ୍ଗ,ପୁଣି ଆରମ୍ଭ ହେବ ଉଚ୍ଛେଦ କାର୍ଯ୍ୟ
ଏଥିପାଇଁ ମାଇକି ଯୋଗେ ପ୍ରଚାର କରି ଲୋକମାନଙ୍କୁ ସଚେତନ କରାଯାଉଛି। ତାଳଦଣ୍ଡା କେନାଲ ଉଭୟ ପାଶ୍ବରେ ଏହି ରାସ୍ତା ଜାତୀୟ ରାଜପଥ ପର୍ଯ୍ୟନ୍ତ ସଂପ୍ରସାରିତ ହେଉଛି। ବହୁ ବସ୍ତିବାସିନ୍ଦା ବାସଚ୍ୟୁତ ହେଉଥିବା ବେଳେ ଦୁଇଟି ସ୍ଥାନରେ ବସ୍ତିବାସିନ୍ଦାଙ୍କ ଥଇଥାନ ପାଇଁ ବ୍ୟବସ୍ଥା ହୋଇଛି। ଛତ୍ରବଜାର ବ୍ୟବସାୟୀମାନେ ଏଥିପାଇଁ ଉଠିବାକୁ ପଡୁଥିଲା ବେଳେ ବ୍ୟବସାୟୀଙ୍କୁ ସରକାରୀ ପ୍ୟାକେଜ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଶୁକ୍ରବାର ଠାରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ ବୋଲି କଟକ ଜିଲ୍ଳାପାଳ କହିଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ