କଟକ: ହାଇକୋର୍ଟ ଆଇନଜୀବୀଙ୍କ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ଚେତାବନୀ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ଆଇନଜୀବୀ । ହାଇକୋର୍ଟ ବାର ଆସୋସିଏସନ ସଭାପତି ଓ ଆକ୍ସନ ଟେକେନ କମିଟିର ସଭାପତି ଘଟଣାକୁ ନିଜର ମୁହଁ ଖୋଲିଛନ୍ତି । ତାଙ୍କ କହିବା ଅନୁସାରେ ଜୈନିକ ଆଇନଜୀବୀ ଜଣକ ସୁପ୍ରିମକୋର୍ଟରେ ଯେଉଁ ତଥ୍ୟ ଦାଖଲ କରିଛନ୍ତି ସେଥିରେ କୌଣସି ସତ୍ୟତା ନାହିଁ।
ହାଇକୋର୍ଟରେ ସେଭଳି ପରିସ୍ଥିତି ଉପୁଜିନଥିବା ହାଇକୋର୍ଟ ରେଜିଷ୍ଟ୍ରାର ସୁପ୍ରିମକୋର୍ଟକୁ ମଧ୍ୟ ଜଣାଇଛନ୍ତି। କେଉଁ ପରିସ୍ଥିତିରେ ହାଇକୋର୍ଟରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ଫୋର୍ସ ମୁତୟନ କରାଯିବ । ଏହାକୁ ନେଇ ସୁପ୍ରିମକୋର୍ଟ କିପରି ଆଦେଶ ଦେଲେ ସେନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ହାଇକୋର୍ଟ ବରିଷ୍ଠ ଆଇନଜୀବୀ ।