ଓଡିଶା

odisha

ETV Bharat / city

ଆଇନଜୀବୀଙ୍କ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ - SC issue notice to odisha bar council

ଆଇନଜୀବୀଙ୍କ ଆନ୍ଦୋଳନକୁ ନେଇ ହାଇକୋର୍ଟ ବାର ଆସୋସିଏସନ ସଭାପତି ଓ ଓଡିଶା ବାର କାଉନସିଲ ଅଧକ୍ଷଙ୍କୁ ହାଜର ପାଇଁ ସୁପ୍ରିମକୋର୍ଟଙ୍କ ନୋଟିସ । ଆସନ୍ତା ନଭେମ୍ବର ୮ରେ ମାମଲାର ପରବର୍ତ୍ତୀ ଶୁଣାଣି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Oct 24, 2019, 8:37 PM IST

କଟକ: ଆଇନଜୀବୀଙ୍କ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ହାଇକୋର୍ଟ ବାର ଆସୋସିଏସନ ସଭାପତି ଓ ଓଡିଶା ବାର କାଉନସିଲ ଅଧକ୍ଷଙ୍କୁ ହାଜର ପାଇଁ ନୋଟିସ ଦେଇଛନ୍ତି ସୁପ୍ରିମକୋର୍ଟ । ଆନ୍ଦୋଳନରତ ଆଇନଜୀବୀଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ ପାଇଁ ସୁପ୍ରିମକୋର୍ଟ ଭାରତୀୟ ବାର କାଉନସିଲ ଅଧ୍ୟକ୍ଷଙ୍କ ସହଯୋଗ ଲୋଡିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ମହକିଲ ଓ ଇଚ୍ଛୁକ ଆଇନଜୀବୀଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି । ତେବେ ୨୦୧8-୧୯ ରେ କେତେଦିନ ହାଇକୋର୍ଟ ଓ ତଳ କୋର୍ଟ ଅଚଳ ହୋଇଛି ସେନେଇ ଏକ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ସୁପ୍ରିମକୋର୍ଟ କହିଛନ୍ତି । ଆସନ୍ତା ନଭେମ୍ବର ୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details