ନୂଆଦିଲ୍ଲୀ: ଓଡିଶା ହାଇକୋର୍ଟରେ ବଢିବ ବିଚାରପତି ସଂଖ୍ୟା । ଆଉ 3 ଜଣ ବିଚାରପତି ନିଯୁକ୍ତ ପାଇଁ ନାଁ ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ ।
ଆଇନଜୀବୀ ସୁମନ ପଟ୍ଟନାୟକ, ବିଚାର ବିଭାଗୀୟ ଅଧିକାରୀ ଅଫିସର ଗୌରୀ ଶଙ୍କର ଶତପଥୀ ଓ ଚିତ୍ତ ରଞ୍ଜନ ଦାସଙ୍କ ନାମ ବିଚାରପତି ଭାବେ ନିଯୁକ୍ତ ପାଇଁ ସୁପାରିଶ । ବର୍ତ୍ତମାନ ଓଡିଶା ହାଇକୋର୍ଟର ମୋଟ ବିଚାରପତି ସଂଖ୍ୟା ୨୨ ରହିଛି । ଏହି 3 ଜଣ ବିଚାରପତିଙ୍କ ନିଯୁକ୍ତି ହେଲେ ଏହି ସଂଖ୍ୟା 25 ରେ ପହଞ୍ଚିବ ।