ଓଡିଶା

odisha

ETV Bharat / city

କଟକରେ ଖୋଲିଲା ସେଲୁନ, ବ୍ୟବସାୟୀ-ଗ୍ରାହକ ଖୁସି

କଟକ ଗ୍ରୀନଜୋନ ଘୋଷଣା ହେବା ପରେ ଆଜିଠୁ ଖୋଲିଛି ସେଲୁନ । ଯାହାକୁ ନେଇ ବେଶ ଖୁସି ବ୍ୟବସାୟୀ । ଦୀର୍ଘ ଦିନର ଅନ୍ତରାୟ ପରେ ଦୋକାନ ଖୋଲିଛନ୍ତି । ତେବେ ରାଜ୍ୟ ସରକାରଙ୍କ ସମସ୍ତ ଗାଇଡ଼ ଲାଇନ ଆଧାରରେ ଦୋକାନ ଖୋଲାଯାଇଛି। ଅଧିକ ପଢନ୍ତୁ...

By

Published : May 4, 2020, 8:25 PM IST

saloon business start in cuttack decleard as green zone
ଗ୍ରୀନ ଜୋନ୍ ଭାବରେ ଘୋଷିତ କଟକରେ ଆରମ୍ଭ ହେଲା ସେଲୁନ୍ ବ୍ୟବସାୟ

କଟକ: ସେଲୁନ ବ୍ୟବସାୟୀଙ୍କ ମୁଁହରେ ଫୁଟିଲା ହସ । କଟକ ଗ୍ରୀନଜୋନ ଘୋଷଣା ହେବା ପରେ ଆଜିଠୁ ଖୋଲିଛି ସେଲୁନ । ଯାହାକୁ ନେଇ ବେଶ ଖୁସି ବ୍ୟବସାୟୀ । ଦୀର୍ଘ ଦିନର ଅନ୍ତରାୟ ପରେ ଦୋକାନ ଖୋଲିଛନ୍ତି । ତେବେ ରାଜ୍ୟ ସରକାରଙ୍କ ସମସ୍ତ ଗାଇଡ଼ ଲାଇନ ଆଧାରରେ ଦୋକାନ ଖୋଲାଯାଇଛି ।

ଗ୍ରୀନ ଜୋନ୍ ଭାବରେ ଘୋଷିତ କଟକରେ ଆରମ୍ଭ ହେଲା ସେଲୁନ୍ ବ୍ୟବସାୟ

ସେଲୁନ ବ୍ୟବସାୟ ଉପରେ ପଡ଼ିଲା ଆଶାର କରିଣ । ଗ୍ରୀନ ଜୋନରେ ଖୋଲିଲା ସେଲୁନ ଓ ସ୍ପା ବ୍ୟବସାୟ । ଯାହାର ଲାଭ ଉଠାଉଛନ୍ତି ଅନେକ ଗ୍ରାହକ । ରାଜ୍ୟ ସରକାରଙ୍କ ସମସ୍ତ ନିୟମ ଅନୁସାରେ ଖୋଲିଛି ଦୋକାନ । ସାମାଜିକ ଦୂରତା ଠୁ ଆରମ୍ଭ କରି ମାସ୍କ , ସାନିଟାଇଜ଼ର ଓ ହ୍ୟାଣ୍ଡୱାସର ବ୍ୟବହାର କରୁଛନ୍ତି ବ୍ୟବସାୟୀ । ଯେପରି ଗ୍ରାହକ ମାନଙ୍କ ପାଇଁ ବେଶ ଲାଭଦାୟକ । ତେବେ ଦୀର୍ଘ ଦିନ ହେବ ବ୍ୟବସାୟ ଠପ ହୋଇପଡିଥିଲା ବେଳେ ଆଜିଠୁ ବ୍ୟବସାୟୀ ମାନଙ୍କ ମନରେ ଫୁଟିଛି ହସ । ତେବେ ଏହା କେବଳ ରାଜ୍ୟ ସରକାର ପାଇଁ ହୋଇପାରିଛି ବୋଲି କହିଛନ୍ତି ବ୍ୟବସାୟୀ ।

ଅନ୍ୟପଟେ ଆସୁଥିବା ଗ୍ରାହକ ମଧ୍ୟ ବେଶ ଖୁସି ହେଉଥିବାର ନଜର ଆସୁଛି । କାରଣ ସହର ମଧ୍ୟରେ ଦୀର୍ଘ ଦିନ ହେବ ବନ୍ଦ ଥିଲା ସେଲୁନ । ସେଥିପାଇଁ ନିଜର କେଶ ମଧ୍ୟ ସଜାଡି ପାରୁ ନଥିଲେ ଏମାନେ । ତେବେ ସୁରକ୍ଷା ଆଧାରରେ ଯାହା ବି ଗାଇଡ଼ ଲାଇନ ରହିଛି ତାହା ସେଲୁନରେ ପାଳନ ହେଉଥିବା କହିଛନ୍ତି ଗ୍ରାହକ । ଲକ ଡାଉନ ମଧ୍ୟରେ ରାଜ୍ୟ ସରକାରଙ୍କ ଏପରି ନିଷ୍ପତିକୁ ସ୍ବାଗତ କରିଛନ୍ତି ବ୍ୟବସାୟୀ । କାରଣ ଦୀର୍ଘ ଦିନ ହେବ ଠପ ହୋଇ ପଡ଼ିଥିବା ବ୍ୟବସାୟ ଆଜିଠୁ ପୁଣି ହୋଇଛି ଆରମ୍ଭ । ତେବେ ଦେଖିବାକୁ ବାକି ରହିଲା ଏହି ଖୁସିକୁ ଦୁଃଖରେ ପରିଣତ କରିଦେବନି ତ କୋରୋନା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details