ଓଡିଶା

odisha

ETV Bharat / city

ଓସିଏ ସଭାପତି ପଦ, ରେସରେ ଆଗରେ ପ୍ରଣବ ଦାସ ! - ଓସିଏର ସଭାପତି ହେବେ ପ୍ରଣବ ପ୍ରକାଶ ଦାସ

ଓସିଏ ସଭାପତି ଦାୟିତ୍ବ ନେଇ ପାରନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପୁରୀରେ ଅନୁଷ୍ଠିତ ଓସିଏ ସଦସ୍ୟମାନଙ୍କୁ ନେଇ ଏକ ବୈଠକରେ ପ୍ରଣବଙ୍କ ପ୍ରାର୍ଥୀତ୍ବ ଉପରେ ସର୍ବସମ୍ମତି ପ୍ରକାଶ ପାଇଥିବା ସୂଚନା । ଅଧିକ ପଢ଼ନ୍ତୁ

rumours Pranab Prakash Das may contest for president post of OCA
ଓସିଏର ସଭାପତି ପଦକୁ ନେଇ ପ୍ରଣବ ପ୍ରକାଶ ଦାସଙ୍କ ନାମ ନେଇ ଚର୍ଚ୍ଚା

By

Published : Oct 14, 2022, 10:33 PM IST

କଟକ: ଓସିଏ ସଭାପତି ଦାୟିତ୍ବ ନେଇ ପାରନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପୁରୀରେ ଅନୁଷ୍ଠିତ ଓସିଏ ସଦସ୍ୟମାନଙ୍କୁ ନେଇ ଏକ ବୈଠକରେ ପ୍ରଣବଙ୍କ ପ୍ରାର୍ଥୀତ୍ବ ଉପରେ ସର୍ବସମ୍ମତି କ୍ରମେ ମୋହର ବାଜିଥିବା ନେଇ ସୂତ୍ରରୁ ପ୍ରକାଶ ପାଇଛି । ତେବେ ଏହାକୁ ନେଇ ପ୍ରଣବ ପ୍ରକାଶ ଦାସ କିମ୍ବା ଓସିଏ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ ।

ସୂତ୍ର ମୁତାବକ ଯାଜପୁର କ୍ରିକେଟ ସଂଘ ପକ୍ଷରୁ ଓସିଆ ସଭାପତି ପଦ ପାଇଁ ପ୍ରଣବ ପ୍ରକାଶ ଦାସଙ୍କ ନାମ ପ୍ରସ୍ତାବ ଦିଆଯାଇଛି । ଏହି କ୍ରମରେ ବର୍ତ୍ତମାନ ଓସିଏର ସଭାପତି ଦାୟିତ୍ବରେ ଥିବା ପଙ୍କଜ ଲୋଚନ ମହାନ୍ତି ଉପସଭାପତି ପାଇଁ ପ୍ରାର୍ଥୀ ହୋଇ ପାରନ୍ତି । ସଞ୍ଚୟ ବେହେରା ସମ୍ପାଦକ ପାଇଁ ପ୍ରାର୍ଥୀ ହେବା ନେଇ ସୂଚନା ମିଳିଛି । ଏହାକୁ ନେଇ ଆନୁଷ୍ଠାନିକ ଭାବରେ କୌଣସି ଘୋଷଣା କରାଯାଇନାହିଁ ।

ଅକ୍ଟୋବର ୨୮ ତାରିଖରେ ଓସିଏର ନିର୍ବାଚନ ହେବ । ଗତ ଗୁରୁବାର ପଙ୍କଜ ଲୋଚନ କହିଥିଲେ, "ଯଦି ବବି ଦାସ ନିର୍ବାଚନ ଲଢ଼ିବେ ତେବେ ମୁଁ ଉପସଭାପତି ପଦ ପାଇଁ ନିର୍ବାଚନ ଲଢ଼ିବି ନାହିଁ ।" ରାଜ୍ୟ କ୍ରିକେଟ ସଂଘରେ ରାଜନୈତିକ ବ୍ୟକ୍ତି ବିଶେଷ ପଦପଦବୀରେ ରହି ପାରିବେ ବୋଲି ଲୋଧା କମିଟି ସୁପାରିଶ କରିଥିଲା । ଏହାପରେ ଯାଜପୁର ୩ଥରର ବିଧାୟକ ପ୍ରଣବ ପ୍ରକାଶ ଦାସ ଓସିଏର ସଭାପତି ଦାୟିତ୍ବ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ପୂର୍ବରୁ କେବଳ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ଏହି ଦାୟିତ୍ବରେ ରହି ପାରିବା ନେଇ ନିୟମ ରହିଥିଲା ।

ଏହି କ୍ରମରେ ଯାଜପୁର କ୍ରିକେଟ ସଂଘର ଜଣେ ପ୍ରତିନିଧି ଭାବେ ନିଜକୁ ତାଲିକା ଭୁକ୍ତ କରାଇଛନ୍ତି । ବବି ଦାସ ଓସିଏର ନିର୍ବାଚନରେ ବିଜୟୀ ହୁଅନ୍ତି, ତେବେ ସେ ଦ୍ବିତୀୟ ବିଜେଡି ନେତା ଭାବରେ କୌଣସି ଏକ କ୍ରୀଡ଼ା ବୋର୍ଡର ସଭାପତି ହେବେ । ଏହା ପୂର୍ବରୁ ପୂର୍ବତନ ସାଂସଦ ତଥା ଭାରତୀୟ ହକି ଦଳର ଅଧିନାୟକ ହକି ଇଣ୍ଡିଆର ସଭାପତି ଦାୟିତ୍ବରେ ରହିଛନ୍ତି । ତେବେ ବବି ଦାସଙ୍କ ଓସିଏ ନିର୍ବାଚନ ଲଢ଼ିବା ନେଇ କୌଣସି ଘୋଷଣା କରାଯାଇନାହିଁ ।

ABOUT THE AUTHOR

...view details