କଟକ:କଟକ ମହାନଗର ନିଗମ କାଉନସିଲ ବୈଠକରେ ହୋହଲ୍ଲା । ସହରର ମୌଳିକ ସମସ୍ୟା ପ୍ରତି ଅବହେଳା ଦର୍ଶାଇ ବିରୋଧ କରିଛନ୍ତି ବିରୋଧୀ(ruckus in CMC meeting) । କାଉନସିଲ ବୈଠକ ସମୟରେ ଗୃହ ମଝିରେ କଳା ପତାକା ଦେଖାଇ ଧାରଣାରେ ବସିଥିଲେ ବିଜେପି କର୍ପୋରେଟର ।
ମେୟରଙ୍କ ନିବେଦନ ପରେ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇଥିଲା । ଦଶହରା ପୂର୍ବରୁ ସିଏମସିର ଗୁରୁତ୍ବପୂର୍ଣ୍ଣ କାଉନସିଲ ବୈଠକରେ ବିଜେପି ସହ କଂଗ୍ରେସ କର୍ପୋରେଟର ହୋହଲ୍ଲା କରିଥିଲେ । ହୋହଲ୍ଲା ଓ କଥା କଟାକଟିରେ କମ୍ପିଥିଲା ସିଏମସିର କାଉନସିଲ ବୈଠକ । ଏତିକିରେ ସୀମିତ ନଥିଲା ବିରୋଧୀଙ୍କ ବିରୋଧ । ଶେଷରେ ବିଜେପିର କର୍ପୋରେଟର କଳା ପତାକା ପ୍ରଦର୍ଶନ କରି ଗୃହର ମଧ୍ୟଭାଗରେ ଧାରଣାରେ ବସିଥିଲେ ।
CMC ବୈଠକରେ ହୋ ହାଲ୍ଲା, ମୌଳିକ ସମସ୍ୟାର ସମାଧାନ ହେଉନଥିବା ଅଭିଯୋଗ ଦଶହରା ପୂର୍ବରୁ ସିଏମସିରେ ବସିଥିବା ଷଷ୍ଠ କାଉନସିଲ ବୈଠକରେ ସହରର ମୌଳିକ ସମସ୍ୟା, ଟେଣ୍ଡରରେ ଅନିୟମିତତା ଓ ମୁକୁଳା ଡ୍ରେନ ସମସ୍ୟା ସହ ଅନ୍ୟାନ ନେଇ ବିରୋଧ କରିଥିଲେ ବିଜେପି ଓ କଂଗ୍ରେସ କର୍ପୋରେଟ । ବିରୋଧୀଙ୍କ ୱାର୍ଡରେ କାମ ଠିକ୍ ଭାବରେ ହେଉ ନଥିବା ସଙ୍ଗୀନ ଅଭିଯୋଗ ଆଣିଥିଲେ ଉଭୟ ବିଜେପି ଓ କଂଗ୍ରେସ କର୍ପୋରେଟର ।
ମେୟରଙ୍କ ନୂତନ କ୍ବାର୍ଟର ନିର୍ମାଣରେ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ କରାଯାଇଛି । ହେଲେ ୱାର୍ଡର ସମସ୍ୟା ପ୍ରତି ସିଏମସି ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି । ଆଗକୁ ଦଶହରା ପର୍ବ ଥିବାରୁ ସହରର ରାସ୍ତାଘାଟ, ଷ୍ଟ୍ରିଟ୍ ଲାଇଟ୍, ପାନୀୟ ଜଳ ଭଳି ସମସ୍ୟାର ସମାଧାନ କରିବାକୁ ବିରୋଧୀ କର୍ପୋରେଟର ଦାବି କରିଥିଲେ ।
ଅନ୍ୟପଟେ ବିରୋଧୀ କର୍ପୋରେଟରଙ୍କ ବିରୋଧ ଯୋଗୁଁ ଗୃହ କାର୍ଯ୍ୟ ଆଗକୁ ବଢ଼ିପାରିନଥିଲା । ଶେଷରେ ନିଜେ ମେୟର ସୁବାସ ସିଂ ଆସି ବୁଝାସୁଝା କରିବା ପରେ ଆନ୍ଦୋଳନରୁ ଓହରିଥିଲେ ବିଜେପି କର୍ପୋରେଟର । ପରେ ସମସ୍ତ ୱାର୍ଡ ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ୱାର୍ଡ ଗୁଡିକର ସବୁ ସମସ୍ୟାକୁ ସମାଧାନ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମେୟର । ଦୁର୍ଗାପୂଜା ପୂର୍ବରୁ ସହରର ରାସ୍ତାଘାଟ ସବୁ ଅସ୍ଥାୟୀ ଭାବରେ ନିର୍ମାଣ କରାଯିବ ବୋଲି ମେୟର କହିଛନ୍ତି ପ୍ରତିଶ୍ରୁତି ଦେଇଛନ୍ତି ।