ଓଡିଶା

odisha

ETV Bharat / city

କଟକ ଚଣ୍ଡୀ ମନ୍ଦିର ଉନ୍ନତିକରଣ ପ୍ରସଙ୍ଗ, ପୁରାତନ ଛାତ୍ରୀ ସଂସଦ ଆବେଦନକୁ ଖାରଜ କଲେ ହାଇକୋର୍ଟ - ଶୈଳବାଲା ପୁରାତନ ଛାତ୍ରୀ ସଂସଦ ଆବେଦନକୁ ଖାରଜ କଲେ ହାଇକୋର୍ଟ

ହାଇକୋର୍ଟରେ ମା’ କଟକ ଚଣ୍ଡୀ ମନ୍ଦିର ଉନ୍ନତିକରଣ ମାମଲାରେ ଶୈଳବାଳା ପୁରାତନ ଛାତ୍ରୀ ସଂସଦ ପକ୍ଷରୁ ଆଗତ ପିଟିସନକୁ ଖାରଜ କରି ଦେଇଛନ୍ତି ଓଡିଶା ହାଇକୋର୍ଟ । ଫଳରେ ବର୍ତ୍ତମାନ ଚଣ୍ଡୀମନ୍ଦିର ସଂପ୍ରସାରଣ ନେଇ କୌଣସି ଆଇନଗତ ପ୍ରତିବନ୍ଧକ ନାହିଁ । ଅଧିକ ପଢନ୍ତୁ

ହାଇକୋର୍ଟ
ହାଇକୋର୍ଟ

By

Published : Jul 19, 2022, 7:09 PM IST

କଟକ: ହାଇକୋର୍ଟରେ ମା’ କଟକ ଚଣ୍ଡୀ ମନ୍ଦିର ଉନ୍ନତିକରଣ ମାମଲାରେ ଶୈଳବାଳା ପୁରାତନ ଛାତ୍ରୀ ସଂସଦ ପକ୍ଷରୁ ଆଗତ ପିଟିସନକୁ ଖାରଜ କରି ଦେଇଛନ୍ତି ଓଡିଶା ହାଇକୋର୍ଟ । ଫଳରେ ବର୍ତ୍ତମାନ ଚଣ୍ଡୀମନ୍ଦିର ସଂପ୍ରସାରଣ ନେଇ କୌଣସି ଆଇନଗତ ପ୍ରତିବନ୍ଧକ ନାହିଁ ।

ଚଣ୍ଡୀ ମନ୍ଦିର ପ୍ରକଳ୍ପରେ କଟକର ଐତିହାସିକ ଚଣ୍ଡିମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ମନ୍ଦିର ସମ୍ମୁଖରେ ଥିବା କଲେଜର ପ୍ରାୟ ୩୦୦୦ ବର୍ଗ ଫୁଟ ଜମି କୁ ଅଧିଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ସମ୍ପୃକ୍ତ ଜମିରେ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ପାଇଁ ଖେଳ ପଡିଆ ରହିଛି । ଏହାକୁ ଏକ ଧାର୍ମିକ ଅନୁଷ୍ଠାନ ପାଇଁ ଅଧିଗ୍ରହଣ କରିବା ବେଆଇନ ବୋଲି ଦର୍ଶାଇ ଏହି ମାମଲା ରୁଜୁ କରାଯାଇଥିଲା ।

ଏହି ଜମି ମଧୁସୂଦନ ଦାସଙ୍କ କନ୍ୟା ରାଜ୍ୟରେ ନାରୀ ଶିକ୍ଷା ପାଇଁ ମହିଳା କଲେଜକୁ ପ୍ରଦାନ କରିଥିଲେ ବୋଲି ଆବେଦନକାରୀ ଆବେଦନରେ ଦର୍ଶାଇଥିଲେ । ଶିକ୍ଷାନୁଷ୍ଠାନ ଭଳି ଏକ ଅନୁଷ୍ଠାନର ଜମିକୁ ଏକ ନିର୍ଦିଷ୍ଟ ଧର୍ମ ପାଇଁ ବ୍ୟବହାର କରିବା ସମ୍ବିଧାନର ବିରୋଧାଚରଣ କରୁଛି ବୋଲି ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ।

ଅନ୍ୟପଟେ ଏହି ଜମି ମଧୁସୂଦନ ଦାସଙ୍କ ଜମି ନୁହେଁ ତାହା ସରକାରୀ ଜମି ବୋଲି ସରକାରଙ୍କ ପକ୍ଷରୁ ସତ୍ୟପାଠ ମାଧ୍ୟମରେ ତଥ୍ୟ ପ୍ରମାଣ ଦାଖଲ କରାଯାଇଥିଲା। ଚଣ୍ଡୀମନ୍ଦିରର ଉନ୍ନତି କରଣ ପାଇଁ ସବୁକିଛି ଆଇନ ଅନୁଯାୟୀ କରାଯାଉଛି ବୋଲି ସରକାରଙ୍କ ପକ୍ଷରୁ ଏହି ସତ୍ୟପାଠରେ କୁହାଯାଇଛି । ମନ୍ଦିରର ଉନ୍ନତିକରଣ କାର୍ଯ୍ୟରେ ରହିତାଦେଶ ଜାରି କରିବାକୁ ଆବେଦନକାରୀ ପ୍ରାର୍ଥନା କରିଥିଲେ ମଧ୍ୟ କୌଣସି ପ୍ରକାର ରହିତାଦେଶ ଦେବାକୁ ମନା କରି ଦେବା ସହ ଏହି ପିଟିସନକୁ ଖାରଜ କରି ଦେଇଛନ୍ତି ହାଇକୋର୍ଟ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details