କଟକ:ମୁମ୍ବାଇ ରୁଟି ଵ୍ୟାଙ୍କ ଢାଞ୍ଚାରେ କଟକରେ ମଧ୍ୟ ଆରମ୍ଭ ହେଲା ରୁଟି ଵ୍ୟାଙ୍କ(Roti Bank in Cuttack)। କଟକରେ ଆରମ୍ଭ ହୋଇଥିଵା ରୁଟି ଵ୍ୟାଙ୍କ ପାଇଁ ମୁମ୍ବାଇର ରୁଟି ଵ୍ୟାଙ୍କ ସହାୟତା ମଧ୍ୟ ଯୋଗାଇ ଦେଇଛି । ଗରିବ ଲୋକଙ୍କୁ ସ୍ବାସ୍ଥ୍ୟକର ଖାଦ୍ୟ ଯୋଗାଣ ଦେଵା ଉଦ୍ଦେଶ୍ୟରେ ଏହି ରୁଟି ଵ୍ୟାଙ୍କ ଆରମ୍ଭ କରାଯାଇଛି ।
କଟକରେ ଆସ୍ଥା ଆଲୋକ ଟ୍ରଷ୍ଟର ଵ୍ୟାନର ତଳେ ଏହି ରୁଟି ଵ୍ୟାଙ୍କ କାମ କରିଵ । ପ୍ରାଥମିକ ପର୍ଯ୍ୟାୟରେ କ୍ୟାନସର ହସ୍ପିଟାଲ ସହ ଶିଶୁ ଭଵନ ଭଳି କିଛି ହସ୍ପିଟାଲରେ ଏହି ସେଵା ଆରମ୍ଭ କରାଯିଵ ଵୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହ କୌଣସି ଭୋଜିରେ କିମ୍ବା ହୋଟେଲରେ ଵଳକା ଖାଦ୍ୟ ସଂଗ୍ରହ କରି ଲୋକଙ୍କୁ ସ୍ବାସ୍ଥ୍ୟକର ଢଙ୍ଗରେ ଵିତରଣ କରାଯିଵ ଵୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି ।