କଟକ: ଓଡ଼ିଶା ପାଇଁ ଗର୍ବ ଓ ଗୌରବ ସାଜିଛନ୍ତି ରୋନିତ୍ ରଞ୍ଜନ ନାୟକ। ସର୍ବ ଭାରତୀୟ ଏନଡିଏ ( ନ୍ୟାସନାଲ ଡିଫେନ୍ସ ଏକାଡେମୀ) ପରୀକ୍ଷାରେ ଟପ୍ପର୍ ହୋଇଛନ୍ତି ସେ । ସମସ୍ତଙ୍କୁ ପଛରେ ପକାଇ ଓଡ଼ିଆ ପୁଅ ନମ୍ବର ୱାନ୍ ହୋଇଛନ୍ତି । ତେବେ ତାଙ୍କର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ଜଗନ୍ନାଥପୁର ପଞ୍ଚାୟତର ବଚ୍ଛଦା ଗ୍ରାମରେ ରୋନିତଙ୍କ ଘର । ତେବେ ତାଙ୍କର ଏହି ସଫଳତାରେ ମାଆ ଅନ୍ନପୂର୍ଣ୍ଣା ନାୟକ ଓ ଭଉଣୀ ରିଚାସ୍ମିତା ନାୟକ ରୋନିତର ସଫଳତା ପାଇଁ ଖୁସି ବ୍ୟକ୍ତ କରିଛନ୍ତି । ରୋନିତଙ୍କ ବାପା ରଶ୍ମିରଞ୍ଜନ ନାୟକ ନାଭାଲରେ ମାଷ୍ଟର ଅଫ ଚିଫ୍ ପେଟି ଅଫିସର ଭାବେ ଗୋଆରେ କାର୍ଯ୍ୟରତ ଅଛନ୍ତି ।