ଓଡିଶା

odisha

ETV Bharat / city

ସାତ ସପନ ହୋଇଛି ପକ୍କାଘର: ପ୍ରତିଶୃତି ପରେ ମିଳୁନି ଘର

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନାରୁ ବଞ୍ଚିତ ରୋହିତଙ୍କ ପରିବାର । ପକ୍କାଘର ଖଣ୍ଡିଏ ନ ପାଇ ଭଙ୍ଗା ଦଦରା ଘରେ ଜୀବନ ବିତାଉଛନ୍ତି ଏହି ଗରିବ ପରିବାର । ସରକାରୀ ଯୋଜନା ଯେମିତି 7 ସପନ ପାଲଟିଛି ରୋହିତଙ୍କ ପାଇଁ । ଅଧିକ ପଢନ୍ତୁ ....

By

Published : Jun 7, 2021, 7:05 PM IST

ସାତ ସପନ ହୋଇଛି ପକ୍କାଘର; ପ୍ରତିଶୃତି ପରେ ମିଳୁନି ଘର
ସାତ ସପନ ହୋଇଛି ପକ୍କାଘର; ପ୍ରତିଶୃତି ପରେ ମିଳୁନି ଘର

କଟକ: ଗରିବଙ୍କ ପାଇଁ ସରକାରଙ୍କ ନାହିଁ ନ ଥିବା ଯୋଜନା । କିନ୍ତୁ ତାହା ଯେମିତି 7 ସପନ ପାଲଟିଛି କଟକ ଜିଲ୍ଲା କନ୍ଦରପୁର ପଞ୍ଚାୟତର ବମ୍ବୁରି ଗ୍ରାମର ରୋହିତ ଭୋଇଙ୍କ ନିକଟରେ । ଆବାସ ଯୋଜନା ତାଙ୍କ ପାଇଁ ପାଲଟିଛି ସାତ ସପନ । ଭଙ୍ଗା ଦଦରା ଚାଳ ଘରେ ଜୀବନ ବିତାଉଛନ୍ତି ରୋହିତଙ୍କ ସହ ତାଙ୍କ ସ୍ତ୍ରୀ ଓ 3 ଶିଶୁ । ଘର କାନ୍ଥ ଫାଟି ଆଁ କରିଥିବା ବେଳେ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖାଯାଉଛି ଏହି ଘର ଭିତରେ । ସରକାରଙ୍କ ମାଳମାଳ ଯୋଜନା କେତେ ସଫଳ ହୋଇପାରୁଛି ଏହି ଦୃଶ୍ୟ ଦେଖି ଆପଣ ବେଶ୍ ବୁଝି ପାରୁଥିବେ ।

ସାତ ସପନ ହୋଇଛି ପକ୍କାଘର; ପ୍ରତିଶୃତି ପରେ ମିଳୁନି ଘର

ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ ଅବା ବିଜୁ ପକ୍କାଘର ଯୋଜନା ସବୁଠିରୁ ବଞ୍ଚିତ ଏହି ଗରିବ ପରିବାର । ରୋହିତ ଭୋଇ ଜଣେ ଦିନ ମଜୁରିଆ ହୋଇଥିବାବେଳେ ଖଟିଲେ ଘରେ ଚୁଲି ଜଳେ । ଏ ଘରଟିକୁ ସଜାଡିବା ପାଇଁ ତାଙ୍କ ପାଖରେ ଅର୍ଥ ବା କାଇଁ । ଦୀର୍ଘ ବର୍ଷ ହେଲା ଏହି ଘରେ ରହିଆସୁଥିବାବେଳେ ଏନେଇ ବ୍ଳକ ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ୟ ଖାଲି ପ୍ରତିଶୃତି ମିଳିଛି କିନ୍ତୁ ଘର ହୋଇପାରିନାହିଁ ବୋଲି କହିଛନ୍ତି ରୋହିତ । ଖାଲି ଦେଖିବାକୁ ବାକି ରହିଲା କେବେ ପଡୁଛି ବ୍ଳକ ପ୍ରଶାସନର ନଜର ଏହି ଗରିବ ପରିବାର ଉପରେ ଓ କେବେ ମିଳୁଛି ସରକାରୀ ଯୋଜନାରେ ଘରେ ଖଣ୍ଡିଏ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details