କଟକ: କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ବଜାରରେ ସଡକ ଦୁର୍ଘଟଣା । ପପୁ ନାମକ ଏକ ଘରୋଇ ବସ ଭାରସାମ୍ୟ ହରାଇ ପ୍ରଥମେ ବାଇକ ଓ ପରେ ଟ୍ରକକୁ ଦେଲା ଧକ୍କା । ଦୁର୍ଘଟଣାରେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ଗୁରୁତରଙ୍କୁ ପ୍ରଥମେ ନିଶ୍ଚିନ୍ତକୋଇଲି ମେଡିକାଲ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ଗୁରୁତର ଆହତ ହୋଇଥିବା ବାଇକ୍ ଆରୋହୀ ଜଣଙ୍କ ମାହାଙ୍ଗା ପ୍ରହରାଜପୁର ଅଞ୍ଚଳର ଏସକେ ମଲ୍ଲିକ ବୋଲି ଜଣାପଡିଛି l ଘଟଣାସ୍ଥଳରେ ନିଶ୍ଚିନ୍ତକୋଇଲି ପୋଲିସ ପହଞ୍ଚି ଭିଡ ନିୟନ୍ତ୍ରଣ କରିଥିଲେ ବି କିଛି ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିବା ସହ ବସଟିକୁ ଜାଳି ଦେଇଛନ୍ତି ।