କଟକ: ବସ-ବସ ଭିତରେ ଓଭରଟେକ ହେଲା କାଳ । ଓଭରଟେକ ସମୟରେ ଶ୍ରୀ ନାମକ ବସକୁ ଧକ୍କା ଦେଲା ବିଶ୍ବ ନାମକ ବସ । ଫଳରେ 20ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । କଟକ ସଦର ଥାନା ପ୍ରତାପ ନଗରୀ ନିକଟରେ ଏପରି ଦୁର୍ଘଟଣା ଘଟିଛି ।
କାଳ ହେଲା ଓଭରଟେକ୍, ବସ୍କୁ ପିଟିଲା ବସ୍ - କାଳ ହେଲା ଓଭରଟେକ୍
କଟକ ପ୍ରତାପ ନଗରୀ ନିକଟରେ ବସ ଦୁର୍ଘଟଣା । ଓଭରଟେକ ସମୟରେ ଗୋଟିଏ ବସକୁ ଧକ୍କା ଦେଲା ଅନ୍ୟ ଏକ ବସ । 20ରୁ ଅଧିକ ଯାତ୍ରୀ ଗୁରୁତର ଆହତ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ବସ୍କୁ ପିଟିଲା ବସ୍
ଆହତ ମାନଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ବେପରୁଆ ଗାଡି ଚାଳନା ନେଇ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏଥିରେ 2 ଟି ଛୋଟ ପିଲା ରହିଥିବାବେଳେ 5 ଜଣ ମହିଳା ରହିଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ