କଟକ: ଟାଙ୍ଗୀ ଷ୍ଟେଟ ବ୍ୟାଙ୍କ ଗଡା ନିକଟରେ ସଡକ ଦୁର୍ଘଟଣା । ଟ୍ରକକୁ ପଛପଟୁ ପିଟିଲା ଯାତ୍ରୀବାହୀ ବସ । 15 ଯାତ୍ରୀ ଗୁରୁତର ଆହତ। ନିକଟସ୍ଥ ଟାଙ୍ଗୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହେଲେ ଆହତ । ଅଳ୍ପକେ ବର୍ତ୍ତିଲେ 40ରୁ ଅଧିକ ଯାତ୍ରୀ ।
ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ, 15 ଯାତ୍ରୀ ଗୁରୁତର ଆହତ - 15 people injured
କଟକ ଟାଙ୍ଗୀ ଷ୍ଟେଟ ବ୍ୟାଙ୍କ ଗଡା ନିକଟରେ ଟ୍ରକକୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ । 15 ଯାତ୍ରୀ ଗୁରୁତର ଆହତ ।
![ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ, 15 ଯାତ୍ରୀ ଗୁରୁତର ଆହତ](https://etvbharatimages.akamaized.net/etvbharat/prod-images/768-512-4886353-thumbnail-3x2-tangi.jpg)
ଡିଜାଇନ ଫଟୋ
ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି ଦୁଇଟି ଯାକ ଗାଡିକୁ ଜବତ କରିଛି । ସୂଚନା ଅନୁଯାୟୀ, କଟକରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ଜେନା ନାମକ ଏକ ଘରୋଇ ବସ, ରାସ୍ତାକଡରେ ଠିଆ ହୋଇଥିବା ଗୋଟିଏ ଟ୍ରକକୁ ଧକ୍କା ଦେଇଥିଲା । ସେପଟେ ଦୁର୍ଘଟଣା ପରେ ବସ ଡ୍ରାଇଭର ଫେରାର ହୋଇଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ