କଟକ:କଟକ ୟୁପିଡ଼ି କ୍ରିକେଟ ପ୍ରିମିୟର ଲିଗ ଶେଷ ହୋଇଛି । ଫାଇନଲ ମ୍ୟାଚରେ କଟକ ପୋଲିସ ସ୍ପେଶାଲ ସ୍କ୍ବାର୍ଡକୁ ହରାଇ ଫାଇନାଲ ଟ୍ରଫି ହାତେଇଛି ପୋଲିସ ଆରଓ ଟିମ । 5 ଦିନ ଧରି ଚାଲିଥିଲା ଏହି ଲିଗ ।
ଏହି ଲିଗରେ ରୋମାଞ୍ଚକର ଫାଇନାଲ ମୁକାବିଲା ଦେଖିବାକୁ ମିଳିଥିଲା । ଚିତାକର୍ଷକ ଫାଇନାଲ ମୁକାବିଲାରେ 12 ଓଭରରେ ବିଶାଳ 158 ରନର ବିଜୟ ଲକ୍ଷ୍ୟକୁ ପାର କରିବାରେ ବିଫଳ ହୋଇଥିଲା ସ୍ପେଶାଲ ସ୍କ୍ବାର୍ଡ । ଯାହା ଫଳରେ ଏହି ବୃହତ ବିଜୟ ହାସଲ କରିଛି ଟିମ ଆରଓ । 15 ତାରିଖରୁ ଆରମ୍ଭ ହୋଇଥିବା ଏହି ମୁକାବିଲାରେ ମୋଟ 8ଟି ଟିମ ଭାଗ ନେଇଥିଲେ । 5 ଏସିପି ଜୋନ, ଟ୍ରାଫିକ, ସ୍ପେଶାଲ ସ୍କ୍ବାର୍ଡ ଓ ଆରଓ ଟିମଙ୍କ ମଧ୍ୟରେ ହୋଇଥଲା କଡା ଟକ୍କର । ସମସ୍ତଙ୍କୁ ପଛରେ ପକାଇ ବାଜି ମାରି ନେଇଛି ଆରଓ ଟିମ ।