କଟକ: ସରକାରୀ ବିଦ୍ୟାଳୟଗୁଡିକରେ ମାଟ୍ରିକ ପରୀକ୍ଷା ଫଳ ନୈରାଶ୍ୟଜନକ ହେବାପରେ ଚିହିକି ଉଠିଛି ଗଣଶିକ୍ଷା ବିଭାଗ । ଆରମ୍ଭ ହୋଇଛି କାରଣ ଖୋଜା । ଯେଉଁ 82ଟି ବିଦ୍ୟାଳୟରେ ଏବର୍ଷ ଫଳ ଶୂନ ରହିଛି, ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ଖୋଦ ଗଣଶିକ୍ଷା ମନ୍ତ୍ରୀ ସ୍ବୀକାର କରିଛନ୍ତି, ଏବେ ଅଭିଭାବକଙ୍କ ଆସ୍ଥା ହରାଇବାକୁ ବସିଲାଣି ସରକାରୀ ବିଦ୍ୟାଳୟ ।
ଆଜି ବୋର୍ଡ କର୍ତ୍ତୃପକ୍ଷଙ୍କ ସହ ଗଣଶିକ୍ଷା ମନ୍ତ୍ରୀଙ୍କ ବୈଠକ ହୋଇଥିଲା । ପ୍ରକୃତରେ କାହିଁକି ସରକାରୀ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ଫଳ ସନ୍ତୋଷଜନକ ରହିଲା ନେଇ, ତାକୁ ନେଇ ତର୍ଜମା ହୋଇଥିଲା । ବୈଠକ ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଥିଲେ, ମୁଁ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ସହ ଏ ବିଷୟରେ ଆଗକୁ ଆଲୋଚନା କରିବି । ସମସ୍ତଙ୍କ ମତ ନିଆଯିବ । ଆଗକୁ ଯେପରି ସରକାରୀ ବିଦ୍ୟାଳୟରେ ପାଠପଢା ଉନ୍ନତମାନର ହୋଇପାରିବ, ସେଥିପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।