ଓଡିଶା

odisha

ETV Bharat / city

ପ୍ରବାସୀ ଫେରନ୍ତାକୁ ନେଇ କେନ୍ଦ୍ର ସରକାରଙ୍କ ଗାଇଡଲାଇନକୁ ହାଇକୋର୍ଟରେ ଚାଲେଞ୍ଜ - central government

ପ୍ରବାସୀ ଶ୍ରମିକ ମାନେ ନିଜ ରାଜ୍ୟକୁ ଫେରିବା ପାଇଁ କେନ୍ଦ୍ର ସରକାର ଏପ୍ରିଲ 29 ତାରିଖରେ ଏକ ଗାଇଡଲାଇନ ଜାରି କରିଥିଲେ । ତେବେ ଏହି ଗାଇଡଲାଇନକୁ ଓଡିଶା ହାଇକୋର୍ଟରେ ଚାଲେଞ୍ଜ କରାଯାଇଛି।

central government's guidelines challenge in High Court
ପ୍ରବାସୀ ଫେରନ୍ତାକୁ ନେଇ କେନ୍ଦ୍ର ସରକାରଙ୍କ ଗାଇଡଲାଇନକୁ ହାଇକୋର୍ଟରେ ଚାଲେଞ୍ଜ

By

Published : May 14, 2020, 7:45 PM IST

କଟକ: ପ୍ରବାସୀ ଶ୍ରମିକ ମାନେ ନିଜ ରାଜ୍ୟକୁ ଫେରିବା ପାଇଁ କେନ୍ଦ୍ର ସରକାର ଏପ୍ରିଲ 29 ତାରିଖରେ ଏକ ଗାଇଡଲାଇନ ଜାରି କରିଥିଲେ । ତେବେ ଏହି ଗାଇଡଲାଇନକୁ ଓଡିଶା ହାଇକୋର୍ଟରେ ଚାଲେଞ୍ଜ କରାଯାଇଛି।

ଓଡିଶା ହାଇକୋର୍ଟର ଆଇନଜୀବୀ ରମାକାନ୍ତ ନାୟକଙ୍କ ପକ୍ଷରୁ ରୁଜୁ ହୋଇଥିବା ଜନସ୍ବାର୍ଥ ମାମଲାରେ କୁହାଯାଇଛି ଯେ, ଗାଇଡଲାଇନକୁ ଭିତ୍ତିକରି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ପ୍ରବାସୀ ମାନେ ଯାଉଛନ୍ତି। ଗାଇଡଲାଇନର କ୍ଲଜ ସି ଅନୁଯାୟୀ, ଯେଉଁ ମାନଙ୍କର ଲକ୍ଷଣ ନଥିବ ସେମାନେ କେବଳ ସ୍କ୍ରିନିଂ କରାଯାଇ ଟ୍ରେନ ବସ ଯୋଗେ ଯାଇପାରିବେ।

ସେପଟେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ କହିବା ଅନୁଯାୟୀ କୋଭିଡ-19 ର 80 ପ୍ରତିଶତ ରୋଗୀ ଲକ୍ଷଣ ବିହୀନ। ଏମାନେ କୋରୋନା ସଂପ୍ରସାରଣ ମଧ୍ୟ କରିବେ। ତେଣୁ ଲକ୍ଷଣ ନଥିବା ଲୋକଙ୍କୁ କେବଳ ସ୍କ୍ରିନିଂ କରାଯାଇ ଅଣାଯିବା କେତେଦୂର ଆଇନ ସଙ୍ଗତ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

ଏହାଛଡା ସେ ଜନସ୍ବାର୍ଥ ମାମଲାରେ କହିଛନ୍ତି, ବସରେ 50ରୁ 60 ଲୋକ ଆସୁଥିବାବେଳେ ଏହା କିଭଳି ସାମାଜିକ ଦୂରତ୍ବ ରଖି ପାରୁଛି। ଗାଁ ଗଣ୍ଡାରେ ରହୁଥିବା ଶ୍ରମିକମାନଙ୍କୁ ହୋମ କ୍ବାରେଣ୍ଟାଇନରେ ରଖାଯିବା ପାଇଁ କୁହାଯାଇଥିଲାବେଳେ ଏହା ସମ୍ଭବ ନୁହେଁ ବୋଲି ସେ ଦର୍ଶାଇଛନ୍ତି। ଏହି ଗାଇଡଲାଇନରେ ପରିବର୍ତ୍ତନ କରିବାକୁ ସେ ପ୍ରାର୍ଥନା କରିଛନ୍ତି। ଏହି ମାମଲାରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details