ଓଡିଶା

odisha

ETV Bharat / city

OPID ଆଇନରୁ ବାଦ ରିୟଲ ଇଷ୍ଟେଟ, ସ୍ୱାଗତ କଲା ଅଣମାମଲା ରୁଜୁକାରୀ ଗ୍ରାହକ ମଞ୍ଚ - Real estate business

ରିୟଲ ଇଷ୍ଟେଟ ବ୍ୟବସାୟରେ OPID ଆଇନ ଲାଗୁହେବ ନାହିଁ ବୋଲି ହାଇକୋର୍ଟ ଦେଇଥିବା ରାୟକୁ ଅଣମାମଲା ରୁଜ୍ଜୁକାରୀ ଗ୍ରାହକ ମଞ୍ଚ ସ୍ୱାଗତ କରିଛି । ଅଧିକ ପଢନ୍ତୁ...

OPID ଆଇନରୁ ବାଦ ରିୟଲ ଇଷ୍ଟେଟ: ଅଣମାମଲା ରୁଜ୍ଜୁକାରୀ ଗ୍ରାହକ ମଞ୍ଚ କଲା ସ୍ୱାଗତ
OPID ଆଇନରୁ ବାଦ ରିୟଲ ଇଷ୍ଟେଟ: ଅଣମାମଲା ରୁଜ୍ଜୁକାରୀ ଗ୍ରାହକ ମଞ୍ଚ କଲା ସ୍ୱାଗତ

By

Published : Oct 1, 2021, 10:23 PM IST

କଟକ: ରିୟଲ ଇଷ୍ଟେଟ ବ୍ୟବସାୟରେ OPID ଆଇନ ଲାଗୁହେବ ନାହିଁ ବୋଲି ହାଇକୋର୍ଟ ଦେଇଥିବା ରାୟକୁ ଆଜି ଅଣମାମଲା ରୁଜ୍ଜୁକାରୀ ଗ୍ରାହକ ମଞ୍ଚ ସ୍ୱାଗତ କରିଛି । ଏହି ଆଇନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଲକ୍ଷଧିକ ଗ୍ରାହକ କୋଟି କୋଟି ଟଙ୍କା ହରାଇଥିବା ବେଳେ କେବେ ତାଙ୍କର ଘର, ଫ୍ଲାଟ, ଅପାର୍ଟମେଣ୍ଟ ଆଦି ପାଇବେ ତାହା ମଧ୍ୟ ଜଣାନାହିଁ । ତେଣୁ, ଓପିଆଇଡି ଆଇନରୁ ରିୟଲ ଇଷ୍ଟେଟ ବ୍ୟବସାୟକୁ କୋର୍ଟ ବାଦ ଦେବା ଫଳରେ ଏହି ସମସ୍ୟା ଏକପ୍ରକାର ସମାଧାନ ହୋଇଛି ।

OPID ଆଇନରୁ ବାଦ ରିୟଲ ଇଷ୍ଟେଟ: ଅଣମାମଲା ରୁଜ୍ଜୁକାରୀ ଗ୍ରାହକ ମଞ୍ଚ କଲା ସ୍ୱାଗତ
ତେବେ ସରକାର ଏନେଇ ପଦକ୍ଷେପ ନେବା ଆବଶ୍ୟକ । ଗ୍ରାହକମାନେ ମଧ୍ୟ ତାଙ୍କ ଜମି, ପ୍ଲଟ ଓ ଆପାର୍ଟମେଣ୍ଟ ନେଇ ସମସ୍ୟାର ସମ୍ମୁଖୀନ ହେଲେ ଉକ୍ତ ସମ୍ବଳିତ ଆକ୍ଟ ଅନୁସାରେ ଅଭିଯୋଗ କରିପାରିବେ ଓ ସେଠାରେ ସେମାନଙ୍କ ସମସ୍ୟାର ସମାଧାନ ହୋଇପାରିବ ବୋଲି, ମଞ୍ଚ ପକ୍ଷରୁ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଆଇନଜୀବୀ ସୂଚନା ଦେଇଛନ୍ତି ।ଗତ ସେପ୍ଟେମ୍ବର 24 ତାରିଖରେ ରିୟଲ ଇଷ୍ଟେଟ ସମସ୍ୟା ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଓପିଆଇଡି ଆକ୍ଟରେ ରିୟଲ ଇଷ୍ଟେଟ ଆସିପାରିବ ନାହିଁ ବୋଲି ରାୟ ଦେଇଥିଲେ ହାଇକୋର୍ଟ। କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details