କଟକ: ‘ଅଫଲାଇନ ନୁହେଁ, ଅନଲାଇନରେ ପରୀକ୍ଷା ଦେବୁ। କୋଭିଡ ସଂକ୍ରମଣ ବ୍ୟାପୁଥିବା କାରଣରୁ ଆମେ ଅଫଲାଇନରେ ଆଉ ପରୀକ୍ଷା ଦେବୁ ନାହିଁ’। ଏହି ଦାବି ନେଇ ରେଭେନ୍ସା ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଥିଲେ । କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ନାରାବାଜି କରିବା ସହ ଧାରଣାରେ ବସିଥିଲେ ଶତାଧିକ ଛାତ୍ରଛାତ୍ରୀ ।
ବଢୁଛି ସଂକ୍ରମଣ: ଅନଲାଇନରେ ପରୀକ୍ଷା କରିବାକୁ ଦାବି କଲେ ରେଭେନ୍ସା ଛାତ୍ରଛାତ୍ରୀ - ରେଭେନ୍ସାରେ କୋଭିଡ
ଅଫଲାଇନ ନୁହେଁ, ଅନଲାଇନରେ ପରୀକ୍ଷା ଦେବା ଦାବିରେ ଅଡି ବସିଲେ ରେଭେନ୍ସା ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ.....
ଅଫଲାଇନରେ ପରୀକ୍ଷା ଦେଲେ ସଂକ୍ରମଣ ବ୍ୟାପିବାର ଆଶଙ୍କା ଅଧିକ ରହିଛି। ତେଣୁ ଆସନ୍ତା ୧୯ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ଅଫଲାଇନ ବଦଳରେ ଅନଲାଇନ କରିବା ଦାବିରେ ଆନ୍ଦୋଳନ କରିଛନ୍ତି ଛାତ୍ରଛାତ୍ରୀ । ଅନ୍ୟପଟେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି ସ୍ଥିତି ଦେଖି ନିଷ୍ପତି ନିଆଯିବ । ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବର୍ତ୍ତମାନ କେହି ପଜେଟିଭ ନାହାନ୍ତି । ଯଦି କେହି ଆକ୍ରାନ୍ତ ହୋଇଥିବା ନେଇ ରିପୋର୍ଟ ଆସେ, ତେବେ ଅନଲାଇନରେ ପରୀକ୍ଷା କରାଯିବା ନେଇ ବିଚାର କରାଯିବ ବୋଲି ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ