ଓଡିଶା

odisha

ETV Bharat / city

5 ମାସରୁ ଆଖି ବୁଜିଲାଣି ଦୁଷ୍କର୍ମ ପୀଡିତା, ଦୋଷୀକୁ ମିଳୁନି ଦଣ୍ଡ - କଟକ ଖବର

5 ମାସ ହେଲା ଝିଅ ଦୁଷ୍କର୍ମ ଶିକାର ହୋଇ ଆଖି ବୁଜିଛି । ହେଲେ ଏଯାଏଁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଗଞ୍ଜାମ ଜିଲ୍ଲାର ଖୋଦ ବାଚସ୍ପତିଙ୍କ ନିର୍ବାଚନ ମଣ୍ଡଳୀରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ। ଅଧିକ ପଢନ୍ତୁ...

ଦୁଷ୍କର୍ମ ଶିକାର ହୋଇ ଆଖି ବୁଜିଲେ ପୀଡିତା, ଦୋଷୀକୁ ମିଳୁନି ଦଣ୍ଡ
ଦୁଷ୍କର୍ମ ଶିକାର ହୋଇ ଆଖି ବୁଜିଲେ ପୀଡିତା, ଦୋଷୀକୁ ମିଳୁନି ଦଣ୍ଡ

By

Published : Oct 21, 2020, 5:27 PM IST

କଟକ: ମୃତ ଦୁଷ୍କର୍ମ ପୀଡିତ ଦଳିତ ଝିଅକୁ କେବେ ମିଳିବ ନ୍ୟାୟ । ଗଞ୍ଜାମ ଜିଲ୍ଲାର ଖୋଦ ବାଚସ୍ପତିଙ୍କ ନିର୍ବାଚନ ମଣ୍ଡଳୀରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ। କାରଣ ସେହି ଜିଲ୍ଲାରୁ ରାଜ୍ୟକୁ ଆସିଛନ୍ତି ମୁଖିଆ ଓ ବାଚସ୍ପତି । ଏ ନେଇ ପୋଲିସ ଡିଜିଙ୍କୁ ଘଟଣାରେ ହସ୍ତକ୍ଷେପ କରି ନ୍ୟାୟ ଦେବା ପାଇଁ ଦାବି କରିଛନ୍ତି ଅଞ୍ଚଳ ବାସିନ୍ଦା ।

ଗତ ମେ ମାସ 10 ତାରିଖରେ ଗଞ୍ଜାମ ଜିଲ୍ଲାରେ ଦଳିତ ଝିଅ ଦୁଷ୍କର୍ମ ଶିକାର ହୋଇ ପ୍ରାଣ ହରାଇଥିଲେ । ହେଲେ ଏଯାଏଁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ପୋଲିସର ଛତ୍ରଛାୟା ତଳେ ଲୁଚିଛି ଦୋଷୀ । ସମସ୍ତ ପ୍ରମାଣ ରହିଛି ହେଲେ ଦୋଷୀକୁ କଣ ପାଇଁ ଗିରଫ କରାଯାଉନି ବୋଲି ଅଞ୍ଚଳର ବାସିନ୍ଦା ପ୍ରଶ୍ନ କରିଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ଝିଅ କୁ ମିଳୁନି ନ୍ୟାୟ। ତେବେ ଏହି ମାମଲାରେ ପୋଲିସ ଡିଜି ଖୋଦ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛନ୍ତି ଉକ୍ତ ଅଞ୍ଚଳର ବାସିନ୍ଦା ।

କଟକରୁ ପ୍ରଭୂକଲ୍ୟାଣ ପାଲ,ଇଟିଭି ଭାରତ

ABOUT THE AUTHOR

...view details