କଟକ:ଆଉ ଏକ ରଣଜୀ ମ୍ୟାଚ୍ ବିଜୟ ଦ୍ବାର ଦେଶରେ ବେଙ୍ଗଲ । ବାରବାଟୀରେ ଖେଳାଯାଉଥିବା ଗ୍ରୁପ- ବି'ର ଏକ ଗୁରୁତ୍ବପୂର୍ଣ୍ଣ ମୁକାବିଲାରେ ବିଜୟ ନିକଟତର ହୋଇଛି ଟିମ ବେଙ୍ଗଲ। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଚଣ୍ଡିଗଡ଼ ସାମ୍ନାରେ ୪୧୩ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିବା ପରେ ଷ୍ଟମ୍ପ୍ ଅପସାରଣ ବେଳକୁ ୨ ୱିକେଟ ହରାଇ ସଂଗ୍ରହ କରିଛି ୧୪ ରନ ।
ବାରବାଟୀରେ ବେଙ୍ଗଲ ତାର ପ୍ରଥମ ପାଳିରେ ବିପକ୍ଷ ଚଣ୍ଡୀଗଡ଼ ସାମ୍ନାରେ ଛିଡା କରିଥିଲା ବିଶାଳ ୪୩୭ ରନ୍ । ଜବାବରେ ବିପକ୍ଷ ଚଣ୍ଡିଗଡ଼ ସମସ୍ତ ୱିକେଟ ହରାଇ ପ୍ରଥମ ପାଳିରେ ସଂଗ୍ରହ କରିଛି ୨୦୬ ରନ । ପ୍ରଥମ ପାଳିରେ ଅଗ୍ରଣୀ ଲାଭ କରିବା ପରେ ଦ୍ବିତୀୟ ପାଳିରେ ୧୮୧ ରନରେ ପାଳି ଘୋଷଣା କରିଥିଲା ବେଙ୍ଗଲ ।