ETV Bharat Odisha

ଓଡିଶା

odisha

ETV Bharat / city

ବାଲିଯାତ୍ରା ପଡ଼ିଆରେ ପୋଡିବ ୫୨ ଫୁଟର ରାବଣ - ସର୍ବ ଧର୍ମ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜନ

ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ପ୍ରସ୍ତୁତ ରହିଛି 52 ଫୁଟର ରାବଣ । ପ୍ରଥମଥର ପାଇଁ ଅଗ୍ନି ସଂଯୋଗ କରିବେ ରାମ ବେଶଧାରୀ କୁନି ବାଳକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,କଟକ
author img

By

Published : Oct 7, 2019, 7:57 PM IST

କଟକ: ମଙ୍ଗଳବାର ବିଜୟା ଦଶମୀ । ଏହି ଅବସରରେ କଟକରେ ଆୟୋଜନ ହେଉଛି ରାବଣ ପୋଡି ଉତ୍ସବ । ବାରଵାଟୀ ସର୍ବଧର୍ମ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜନ ହେଉଥିବା ଏହି ରାବଣ ପୋଡି ଉତ୍ସବ ଐତିହାସିକ ତଳ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବ । ଏଥିପାଇଁ ବର୍ତ୍ତମାନ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ।

ରାବଣ ପୋଡି ପାଇଁ ପ୍ରସ୍ତୁତ ବାଲିଯାତ୍ରା ପଡ଼ିଆ

ପ୍ରାୟ ୫୨ ଫୁଟ ଉଚ୍ଚର ରାବଣ ପ୍ରସ୍ତୁତ କରାଯାଉଛି । ଆସନ୍ତାକାଲି ସନ୍ଧ୍ୟା ୭ ଟାରୁ ଆରମ୍ଭ ହୋଇ ରାତ୍ର ୧୨ ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ । ବହୁ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେବାର ସୂଚନା ମଧ୍ୟ ରହିଛି ।

ଚଳିତବର୍ଷ ପ୍ରଥମ ଥର ପାଇଁ ଜଣେ ଶିଶୁ ରାମ ବେଶ ହୋଇ ରାବଣ ଦେହରେ ଅଗ୍ନିସଂଯୋଗ କରିବେ । ତେବେ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମର ଦାୟିତ୍ବ ନେଇଛନ୍ତି ଆଶୀର୍ବାଦ ବେହେରାଙ୍କ ପୁଅ ତଥା ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details