ଓଡିଶା

odisha

By

Published : Jun 20, 2019, 11:32 PM IST

ETV Bharat / city

ରେଭେନ୍ସା ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ, ଆଡମିଶନକୁ ନେଇ ଉଠିଲା ପ୍ରଶ୍ନ

ରେଭେନ୍ସା ବିଶ୍ବବିଦ୍ୟାଳୟର ବର୍ତ୍ତମାନର ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲା ରେଭେନ୍ସା ବିକାଶ ଅଭିଯାନ । କର୍ତ୍ତୃପକ୍ଷଙ୍କ କାର୍ଯ୍ୟକଳାପକୁ ନିନ୍ଦା କଲେ ବୁଦ୍ଧିଜୀବୀ । କହିଲେ ଏହାକୁ ବ୍ୟବସାୟିକ କେନ୍ଦ୍ର ଭାବେ ରୂପାନ୍ତରିତ କରାନଯାଉ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ‘ରେଭେନ୍ସା ବିଶ୍ୱବିଦ୍ୟାଳୟରେ ମାର୍କେଟିଂ ପ୍ରଣାଳୀରେ ଫର୍ମ ଫିଲପ କାର୍ଯ୍ୟ ଚାଲିଛି । ମନମୁଖୀ ଟଙ୍କା ନେଇ ଫର୍ମ ଫିଲପ ଓ ଆଡ଼ମିଶନ ଦେଉଛନ୍ତି ରେଭେନ୍ସା କର୍ତ୍ତୃପକ୍ଷ । ଯେଉଁଥିପାଇଁ ବିଶ୍ୱବିଦ୍ୟାଳୟରେ ମେଧାବୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମି କମି ଯାଉଛି ’ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିଛି ରେଭେନ୍ସା ବିକାଶ ଅଭିଯାନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ବିଶ୍ୱବିଦ୍ୟାଳୟ ପ୍ରତି ଏହା ଏକ ନିମ୍ନ ସଙ୍କେତ ବୋଲି କହିଛନ୍ତି ଅଭିଯାନର ସଭାପତି ଚିତ୍ତରଞ୍ଜନ ମହାନ୍ତି । ତାଙ୍କ କହିବା ମୁତାବକ ରେଭେନ୍ସାକୁ ମହାବିଦ୍ୟାଳୟରୁ ବିଶ୍ବବିଦ୍ୟାଳୟ ଘୋଷଣା କରିବା ପଛରେ ଉନ୍ନତ ଗବେଷଣାର ଲକ୍ଷ୍ୟ ରହିଥିଲା । ତେବେ ଏବେକାର ବ୍ୟବସ୍ଥା ଯୋଗୁଁ ବିଶ୍ବବିଦ୍ୟାଳୟରେ ମେଧାବୀଙ୍କ ସଂଖ୍ୟା ହିଁ କମି କମି ଯାଉଛି । ସେ ଏହାକୁ ବେଶ ନିନ୍ଦନୀୟ ବୋଲି ଦର୍ଶାଇଛନ୍ତି ।

ଏଥିସହ ଚଳିତ ବର୍ଷ ଫନି ଯୋଗୁଁ ଛାତ୍ର ଛାତ୍ରୀଙ୍କ ଫର୍ମ ଫିଲପ ବାବଦ ଟଙ୍କା ଛାଡ଼ କରିବାକୁ ଦାବି କରିଛି ସଙ୍ଘ । ଯଦି ଏପରି ଢ଼ଙ୍ଗରେ ବିଶ୍ୱବିଦ୍ୟାଳୟ ପରିସରରେ ମନମୁଖୀ କାର୍ଯ୍ୟକ୍ରମ ଚାଲେ ତେବେ ରେଭେନ୍ସାର କୀର୍ତ୍ତିମାନ ମାଟିରେ ମିଶିଯିବ ବୋଲି ଚେତାବନୀ ଦେଇଛି ରେଭେନ୍ସା ବିକାଶ ଅଭିଯାନ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details