ଓଡିଶା

odisha

ETV Bharat / city

ଶ୍ରୀମନ୍ଦିର ସଂସ୍କାର ମାମଲା: ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ରାୟ ପ୍ରକାଶ - ୩ ଜଣିଆ ଖଣ୍ଡପୀଠର ରାୟ

ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ମାମଲାରେ ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠ ଆଜି ମଧ୍ୟବର୍ତ୍ତୀ କାଳୀନ ରାୟ ଦେଇଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ

By

Published : Nov 4, 2019, 7:42 PM IST

କଟକ: ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ମାମଲାରେ ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠ ଆଜି ମଧ୍ୟବର୍ତ୍ତୀକାଳୀନ ରାୟ ଦେଇଛନ୍ତି । ଶ୍ରୀମନ୍ଦିର ପାଇଁ ଜଣେ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ୧୦ଟି ପ୍ରସଙ୍ଗରେ ୨୨ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି କୋର୍ଟ।

ଏହାସହ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ରହଣୀ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି। ମନ୍ଦିର ପ୍ରଶାସନ ସହଯୋଗରେ ୬୦ ହଜାର ଭକ୍ତଙ୍କ ପାଇଁ ରହିବା ବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ । ପୁରୀ ସହରର ନାଳ, ନର୍ଦ୍ଦମା ପାଣି ପାଇଁ ଟ୍ରିଟମେଣ୍ଟ ପ୍ଲାଣ୍ଟ ବସାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଜଗନ୍ନାଥ ସଂସ୍କୃତିର ପ୍ରଚାର ପାଇଁ ସ୍କୁଲ, କଲେଜ ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶ ରହିଛି। ପାଖାପାଖି ୬.୫ ଏକର ଜମିରେ ଶିକ୍ଷାନୁଷ୍ଠାନ ସ୍ଥାପନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ମିଶି ସ୍କୁଲ, କଲେଜ ପ୍ରତିଷ୍ଠା କରିବେ।

ଏଥିସହ ମହିଳା ଶ୍ରଦ୍ଧାଳୁଙ୍କ ପ୍ରତି ଉତ୍ତମ ବ୍ୟବହାର ସହ ଚୋରି, ଡକାୟତି ରୋକିବା ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ବି ଦେଇଛନ୍ତି ସୁପ୍ରିମକୋର୍ଟ । ଶ୍ରୀମନ୍ଦିରରେ ପ୍ରଚଳିତ ରୀତିନୀତି ପରମ୍ପରା ଅନୁଯାୟୀ ପାଳନ ହେବ। ଶ୍ରୀମନ୍ଦିରର ପ୍ରଚଳିତ ପରମ୍ପରା ଉପରେ ରାଜ୍ୟ ସରକାର ଏବଂ କୋର୍ଟ ହସ୍ତକ୍ଷେପ କରିବେ ନାହିଁ । ସୁପ୍ରିମକୋର୍ଟଙ୍କ ଜଷ୍ଟିସ୍ ଅରୁଣ ମିଶ୍ର ଓ ଇନ୍ଦ୍ରାଣୀ ବାନାର୍ଜୀଙ୍କ ବେଞ୍ଚ ଏହି ରାୟ ଦେଇଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details