ଓଡିଶା

odisha

ETV Bharat / city

ପୁରୀ ହାଜତ ମୃତ୍ୟୁ ମାମଲା: ମୃତକଙ୍କ ବାପାଙ୍କୁ ୫ ଲକ୍ଷ ଟଙ୍କା ମଧ୍ୟବର୍ତୀକାଳୀନ କ୍ଷତିପୂରଣ ପ୍ରଦାନ

ପୁରୀ ହାଜତ ମୃତ୍ୟୁ ମାମଲାର ହାଇକୋର୍ଟରେ ଶୁଣାଣି ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ବାପାଙ୍କୁ ୫ ଲକ୍ଷ ଟଙ୍କା ମଧ୍ୟବର୍ତୀକାଳୀନ କ୍ଷତିପୂରଣ ପ୍ରଦାନ କରାଯାଇଥିବା ହାଇକୋର୍ଟଙ୍କୁ ଅବଗତ କରାଯାଇଛି ।

ମୃତକଙ୍କ ବାପାଙ୍କୁ ୫ ଲକ୍ଷ ଟଙ୍କା ମଧ୍ୟବର୍ତୀକାଳୀନ କ୍ଷତିପୂରଣ ପ୍ରଦାନ
ମୃତକଙ୍କ ବାପାଙ୍କୁ ୫ ଲକ୍ଷ ଟଙ୍କା ମଧ୍ୟବର୍ତୀକାଳୀନ କ୍ଷତିପୂରଣ ପ୍ରଦାନ

By

Published : Dec 1, 2020, 4:41 PM IST

କଟକ: ପୁରୀ ହାଜତ ମୃତ୍ୟୁ ମାମଲାରେ ମୃତକଙ୍କ ବାପାଙ୍କୁ ୫ ଲକ୍ଷ ଟଙ୍କା ମଧ୍ୟବର୍ତୀକାଳୀନ କ୍ଷତିପୂରଣ ପ୍ରଦାନ । ପୁରୀ ହାଜତ ମୃତ୍ୟୁ ମାମଲାର ହାଇକୋର୍ଟରେ ଶୁଣାଣି ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ବାପାଙ୍କୁ ୫ ଲକ୍ଷ ଟଙ୍କା ମଧ୍ୟବର୍ତୀକାଳୀନ କ୍ଷତିପୂରଣ ପ୍ରଦାନ କରାଯାଇଥିବା ହାଇକୋର୍ଟଙ୍କୁ ଅବଗତ କରାଯାଇଛି ।

ଆବେଦନକାରୀ ଦାଖଲ କରିଥିବା ପ୍ରତିଜବାଵର ଉତ୍ତର ରଖିବାକୁ ସମୟ ନେଇଛନ୍ତି ସରକାରୀ ଓକିଲ । ଡିସେମ୍ବର ୧୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ପୂର୍ବରୁ ହାଇକୋର୍ଟରେ ଜବାବ ଦାଖଲ କରିଥିଲେ ନବ ନିଯୁକ୍ତ ପୁରୀ ଏସପି । ହାଜତ ମୃତ୍ୟୁ ନୁହେଁ ଖସି ପଡି ମୁଣ୍ଡ ମାଡ଼ ହେବାରୁ ଅଭିଯୁକ୍ତ ମୃତ୍ୟୁ ବରଣ କରିଥିବା ସେ ଅଦାଲତଙ୍କୁ ଦର୍ଶାଇଥିଲେ ।

ଏହି ମାମଲାରେ ଆବେଦନକାରୀ ମଙ୍ଗଳବାର ପ୍ରତିଜବାଵ ଦାଖଲ କରିଛନ୍ତି । ରାଜ୍ୟ ସରକାର ଏହି ଘଟଣାର ତଦନ୍ତ ପୁରୀ ଜେଏମଏଫସିଙ୍କ ଦ୍ଵାରା କରା ଯାଉଥିବା ବିଧାନସଭାରେ କହିଥିବା ବେଳେ ହାଇକୋର୍ଟଙ୍କୁ ମଧ୍ୟ ଏନେଇ ଅବଗତ କରାଇଥିଲେ ।

ସୂଚନାଯୋଗ୍ୟ ପୁରୀ ହାଜତ ମୃତ୍ୟୁ ମାମଲାରେ ପୁରୀର ଆଇନଜୀବୀ ଶରତ କୁମାର ରାୟଗୁରୁ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ଘଟଣାର ନିରପେକ୍ଷ ତଦନ୍ତ, ଉପଯୁକ୍ତ କ୍ଷତିପୂରଣ ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆବେଦନକାରୀ କୋର୍ଟରେ ପାର୍ଥନା କରିଥିଲେ । ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁରୀ ଜିଲ୍ଲାପାଳ, ପୁରୀ ଏସପିଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details