କଟକ: ଓଡିଶା ହାଇକୋର୍ଟର ଦୁର୍ଗାପୂଜା ଅବକାଶ । ଆସନ୍ତାକାଲିଠୁ(ଶନିବାର) ୨୫ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ କୋର୍ଟ । କେବଳ ୩ଦିନ ଜରୁରୀ ମାମଲାର ହେବ ଶୁଣାଣି । ଛୁଟି ଭିତରେ ପାଞ୍ଚ ଦିନ କୋର୍ଟ ଅଫିସ ଖୋଲା ରହିବ ।
ଅକ୍ଟୋବର ୧୧, ୧୮, ୨୧ ତାରିଖରେ ଅବକାଶକାଳୀନ ଖଣ୍ଡପୀଠ ବସି ଜରୁରୀ ମାମଲାଗୁଡିକର ଶୁଣାଣି ହେବ । କୋଭିଡ଼ କଟକଣା ମାନି ସକାଳ ୧୧ ଟାରୁ ଅପରାହ୍ନ ୩ ମଧ୍ୟରେ ଜରୁରୀ ମାମଲାଗୁଡିକର ଶୁଣାଣି ହେବ । ଏ ନେଇ ହାଇକୋର୍ଟ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।