ଓଡିଶା

odisha

ETV Bharat / city

ପାର୍ବଣ ଗାଇଡଲାଇନରେ କୋହଳ ପାଇଁ ସରକାରଙ୍କୁ ନିବେଦନ - festival guideline relaxation

ରାଜ୍ୟରେ ପାର୍ବଣ ଋତୁ ପାଇଁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ସେପଟେ ଗାଇଡଲାଇନରେ ସାମାନ୍ୟ କୋହଳ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ପୂଜା କମିଟି କର୍ମକର୍ତ୍ତା । ଅଧିକ ପଢନ୍ତୁ...

ପାର୍ବଣ ଗାଇଡଲାଇନରେ କୋହଳ ପାଇଁ ସରକାରଙ୍କୁ ନିବେଦନ
ପାର୍ବଣ ଗାଇଡଲାଇନରେ କୋହଳ ପାଇଁ ସରକାରଙ୍କୁ ନିବେଦନ

By

Published : Aug 10, 2021, 9:06 PM IST

କଟକ:ପାର୍ବଣ ଋତୁ ପାଇଁ ସୋମବାର ଗାଇଡ଼ଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ପୂର୍ବ ବର୍ଷ ପରି ଏ ବର୍ଷ ମଧ୍ୟ ବିନା ଭକ୍ତରେ କେବଳ ରୀତିନୀତି ପାଇଁ ପର୍ବ ପାଳନ ହେବ । ସରକାର ଏହି ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ଏହା ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ବଳବତ୍ତର ରହିବ । ସେପଟେ ଏହି ନିର୍ଦ୍ଦେଶନାମା କୋହଳ କରିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି କଟକ ସହରର ପୂଜା କମିଟି କର୍ମକର୍ତ୍ତା ।

ପାର୍ବଣ ଗାଇଡଲାଇନରେ କୋହଳ ପାଇଁ ସରକାରଙ୍କୁ ନିବେଦନ
ରାଜ୍ୟ ସରକାରଙ୍କ ପାର୍ବଣ ଗାଇଡ଼ଲାଇନ ଆସିବା ପରେ କଟକ ପୂଜା କମିଟିରେ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା । କୋଭିଡ ସ୍ଥିତି ଧୀରେ ଧୀରେ ଆୟତ୍ତ ହେଉଥିବାରୁ ଏସଓପିରେ କୋହଳ ଆଣିବା ପାଇଁ ପ୍ରତିକ୍ରିୟା ରଖିଛନ୍ତି ପୂଜା କମିଟି ସଦସ୍ୟ । ମା'ଙ୍କ ଉଚ୍ଚତା ପୂର୍ବ ପରି ରହୁ, କଟକଣା ମଧ୍ୟରେ ସାଧାରଣ ଦର୍ଶନ ଅନୁମତି ମିଳୁ ଓ କୋଭିଡ କଟକଣା ଆଧାରରେ ବିସର୍ଜନ କାର୍ଯ୍ୟ ବିକ୍ଷିପ୍ତ ଭାବେ ନ କରାଯାଇ କେବଳ ଦେବୀଗଡାରେ କରାଯିବାକୁ ସରକାର ଅନୁମତି ଦେବା ଉଚିତ୍ ପୂଜା କମିଟି କର୍ମକର୍ତ୍ତା ମତ ରଖିଛନ୍ତି । ତେବେ ଏହି ପ୍ରସଙ୍ଗକୁ ନେଇ ଦୁଇ ଦିନ ମଧ୍ୟରେ ଏକ ଶାନ୍ତି କମିଟି ବୈଠକ ଡକାଯିବ । ବୈଠକରେ ଏସଓପିରେ ସାମନ୍ୟ କୋହଳ କରିବା ପାଇଁ ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି ।



କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details